Advertisment

‘ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି’

୨୦୧୯ରେ ସୁନନ୍ଦା ଦାସ ଯାହାଙ୍କୁ ହରାଇଥିଲେ ବିଜେଡି ଏବେ ତାଙ୍କୁ ପ୍ରାର୍ଥୀ କରିଛି।

author-image
Jitendra Garnayak
Sunanda Das

Sunanda Das

ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ସେଥିରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟିଛି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ତାଙ୍କ ବଦଳରେ ବିଜେଡି ଏଥର ଏହି ଆସନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

Advertisment

୨୦୧୯ରେ ସୁନନ୍ଦାଙ୍କ ବିପକ୍ଷରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ। ସୁନନ୍ଦାଙ୍କଠାରୁ ସେ ୪ ହଜାରରୁ ଅଧିକ ଭୋଟରେ ହାରିଥିଲେ। ଦଳ ତାଙ୍କ ଟିକେଟ କାଟି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦେବା ପରେ କ୍ଷୁବ୍ଧ ହୋଇଛନ୍ତି ସୁନନ୍ଦା। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇ ଜଣେ ଗୁଣ୍ଡା ଓ ବଦ୍‌ମାସଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।

ସୁନନ୍ଦା କହିଛନ୍ତି, ଏକାଧିକ ଚକ୍ରାନ୍ତକାରୀ ମିଶି ମୋ ବିରୋଧରେ ଚକ୍ରାନ୍ତ କରି ମୋ ଟିକେଟ କାଟି ଦେଇଛନ୍ତି। ସେମାନଙ୍କ କଥା ଜଗନ୍ନାଥ ବୁଝିବେ। ତୃଣମୂଳ ସ୍ତରରୁ ରିପୋର୍ଟ ମୋ ସପକ୍ଷରେ ଥିଲା। କିନ୍ତୁ ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦିଆଯାଇଥିଲା। କିଛି କିଛି ଦିନ ବ୍ୟବଧାନରେ ନୂଆ ନୂଆ ରିପୋର୍ଟ ମୋ ବିରୋଧରେ ଦିଆଯାଇଥିଲା। ୪୭ଟି ପଞ୍ଚାୟତରୁ ୩୨ ଜଣ ସରପଞ୍ଚ ଓ ୩୨ ଜଣ ସମିତି ସଭ୍ୟ ମୋ ସହିତ ଅଛନ୍ତି। କିନ୍ତୁ ରିପୋର୍ଟ ଦିଆଯାଇଛି ଯେ ମୋ ସପକ୍ଷରେ କମ୍ ସମିତି ସଭ୍ୟ ଓ ସରପଞ୍ଚ କମ୍ ଅଛନ୍ତି। ଏମିତିକି ସମିତି ସଭ୍ୟ ଓ ସରପଞ୍ଚମାନେ ମୋ ସପକ୍ଷରେ ଲିଖିତ ଭାବେ ଦେଇଥିଲେ ମଧ୍ୟ ମୋ ଟିକେଟ କଟା ଯାଇଛି। ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଟିକିନିକି ଦେଖିଥାନ୍ତେ, ତା’ହେଲେ କେବେ ଟିକେଟ କଟି ନଥା’ନ୍ତା।

Advertisment

ସେ ଆହୁରି କହିଛନ୍ତି, ମୋ ଟିକେଟ କାଟି ଜଣେ ଗୁଣ୍ଡା ଓ ବଦମାସଙ୍କୁ ଟିକେଟ ଦିଆଯାଇଛି, ଯିଏ ମା’କୁ ସମ୍ମାନ ଦେଇ ଜାଣିନି। ସେ କଥା କଥାରେ ଲୋକଙ୍କୁ ମାରନ୍ତି। ଦୁଇ ଦିନ ତଳେ ବି ଲୋକଙ୍କୁ ମାରିଛନ୍ତି। ତାଙ୍କୁ ଟିକେଟ ଦେଇ ଶାନ୍ତି ପ୍ରିୟ ବରୀକୁ ଅଶାନ୍ତ କରିବାକୁ ଯାଉଛନ୍ତି। ତାଙ୍କଠାରୁ କ’ଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି। ମୋ ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି। ଯଦି କହି ଦେଇଥା’ନ୍ତେ ଯେ ମୋର ଏହି ସବୁ ଦୁର୍ବଳତା ରହିଛି, ତେଣୁ ମୋତେ ଟିକେଟ ଦିଆଯାଇପାରିବ ନାହିଁ। ତା’ହେଲେ ମୁଁ ମାନି ନେଇ ଥାଆନ୍ତି। ୫ ବର୍ଷ ନିଷ୍ଠାର ସହ କାମ କରିବି ଦଳ ମୋ ପ୍ରତି ବିଚାର କଲାନି। ପରବର୍ତ୍ତୀ ପଦକ୍ଷେପ ନେଇ ପରେ ନିଷ୍ପତ୍ତି ନେବି। 

2024 General Election Odisha Assembly Election 2024