ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଯାଇଛି। ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି। ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି। ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ।
Also Read
ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ ପିସିସି ସଭାପତି? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ? ତେବେ ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କାହା ନାଁରେ ଦଳ ମୋହର ମାରିବ, ତା’ଉପରେ ସମସ୍ତଙ୍କର ନଜର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଆସନ୍ତାକାଲି ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’: ସଂସଦ ଘେରିବ କଂଗ୍ରେସ, ନୈତିକ ସମର୍ଥନ ଦେଲା ବିଜେଡି
ପିସିସି ଅଧ୍ୟକ୍ଷ ଭକ୍ତ ଦାସ ବୁଧବାର ଗଣମାଧ୍ୟମ ଜରିଆରେ ଆସନ୍ତାକାଲି ବନ୍ଦ ପାଳନ ନିମନ୍ତେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବନ୍ଦକୁ କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

Politics
ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ: ବବି-ଡାନି-ସୁଲତା ସତରେ ଆହତ ନା ରାଜନୀତିକ ନାଟକବାଜି
ବିଜେଡିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମବେଳେ ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ବବି,ଡାନି ଓ ସୁଲତା ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Politics
ଢୁଢୁ ବର୍ଷାରେ କାହିଁକି ରାଲି କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ?
ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

Politics
କାହା ପାଇଁ ହାରିଗଲେ ଏଫ୍ଏମ୍ କଲେଜ ଛାତ୍ରୀ, ସାଙ୍ଗ କଲେ ଏମିତି ଦାବି
‘ଆମ ସାଙ୍ଗ ନିଜେ ମିଡିଆ ସମ୍ମୁଖରେ କାନ୍ଦି ପକାଇଥିଲେ। ସେ ସେମିତି ନୁହନ୍ତି ବୋଲି କହିଥିଲେ। ତାଙ୍କ ଲୁହ ଯେଉଁଠି ସେମାନଙ୍କୁ ବୁଝାଇପାରିଲା ନାହିଁ, ସେମାନଙ୍କୁ ଆମେ କ’ଣ ବୁଝାଇଥାଆନ୍ତୁ।’

Politics
୧୭ରେ ଓଡ଼ିଶା ବନ୍ଦ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ବ୍ୟବସ୍ଥା ଦ୍ଵାରା ସଂଗଠିତ ଏକ ହତ୍ୟା।