ନବୀନଙ୍କ ନାଁରେ ଓଡ଼ିଶାରେ ବାହାର ରାଜ୍ୟର ଅଫିସର କରୁଛନ୍ତି ଶାସନ: ଅମିତ୍ ଶାହ

ଶାହ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନାଁରେ ବାହାର ରାଜ୍ୟର ଅଫିସରମାନେ ଓଡ଼ିଶାରେ ଶାସନ କରୁଛନ୍ତି

BJP PhotoOR

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

Ordigital Desk
  • Published: Wednesday, 15 May 2024
  • Updated: 15 May 2024, 09:39 PM IST

Sports

Latest News

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନାଁରେ ଚାଲିଥିବା ଅଫିସରରାଜ୍ ଉପରେ କଡ଼ା ଭାଷାରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆଜି କଟକରେ ବିଶାଳ ରୋଡ୍ ଶୋ’ ସମୟରେ ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି ଯେ,  ନବୀନ ପଟ୍ଟନାୟକଙ୍କ ନାଁରେ ବାହାର ରାଜ୍ୟର ଅଫିସରମାନେ ଓଡ଼ିଶାରେ ଶାସନ କରୁଛନ୍ତି । ଓଡିଶାର ଲୋକମାନଙ୍କୁ ଏହା ନିଶ୍ଚିତ କଷ୍ଟ ଦେଉଛି । ଏହା ଓଡ଼ିଆ ଲୋକଙ୍କ ଅସ୍ମିତା ଓ ସମ୍ମାନର ପ୍ରଶ୍ନ । ନବୀନବାବୁଙ୍କ ସହ କୌଣସି ବିବାଦ ନାହିଁ । କିନ୍ତୁ ବାହାର ରାଜ୍ୟର ଅଫିସରମାନେ ଓଡ଼ିଶାକୁ ଯେଭଳି ଶାସନ  କରୁଛନ୍ତି ତାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।

ରାଜ୍ୟର ପ୍ରାୟ ୨୦ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିବା ପ୍ରସଙ୍ଗରେ ଶ୍ରୀ ଶାହ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ରାଜ୍ୟ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରିଛି । ରାଜ୍ୟରେ ସରକାର ଗଠନ ହେବାର ଦେଢ଼ବର୍ଷ ମଧ୍ୟରେ ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ଦିଆଯିବ । ଯେଉଁମାନେ ଏହି ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଯିବ ବୋଲି ଶ୍ରୀ ଶାହ ସ୍ପଷ୍ଟ କରିଛନ୍ତି ।

ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶାହ କହିଛନ୍ତି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାର ମାତ୍ର ୬ଘଣ୍ଟା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସମସ୍ତ ୪ଟି ଦ୍ୱାର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ । ଆଉ ମାସକ ମଧ୍ୟରେ ରତ୍ନଭଣ୍ଡାରର ଚାବି ହଜିବାର ବିଚାର ବିଭାଗୀୟ ଯାଂଚ ରିପୋର୍ଟକୁ ସାର୍ବଜନୀନ କରାଯିବ ।

Also Read

ରାଜ୍ୟର ଲୋକଙ୍କ ମଧ୍ୟରେ ଭଗବାନ ଶ୍ରୀରାମଙ୍କୁ ନେଇ ଅଧିକ ଉତ୍ସାହ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶାହ କହିଥିଲେ ଯେ, ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବା ପାଇଁ ଏଠାରେ ଯେଉଁ ପ୍ରୟାସ ହୋଇଥିଲା ତାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି ।

ସୋରଡ଼ାରେ ଆଜି ଜନସଭାକୁ ସମ୍ବୋଧିତ କରିବାବେଳେ ଶ୍ରୀ ଶାହ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଏହି ପ୍ରତିଷ୍ଠା ଦିବସକୁ ସମଗ୍ର ଦେଶ ଉତ୍ସାହର ସହ ପାଳନ କରିଥିଲା । କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଭିନ୍ନ ଆଭିମୁଖ୍ୟ ପୋଷଣ କରି ଏହି ଉତ୍ସବକୁ ଯେଭଳି ଲୋକେ ନଯିବେ ସେଥିପାଇଁ ପ୍ରୟାସ କରିଥିଲା । ଯେଉଁମାନେ ରାମନ୍ଦିର ପ୍ରତିଷ୍ଠା ଦିବସରେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ଓଡ଼ିଶା ଲୋକେ କଦାପି କ୍ଷମତା ଦେବେ ନାହିଁ ବୋଲି ଶ୍ରୀ ଶାହ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story