Advertisment

ଆପରେ ଯୋଗଦେଲେ ବିଶିଷ୍ଟ ଶିକ୍ଷକ ଅବଧ ଓଝା

ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିରରେ ଆପରେ ସାମିଲ ହୋଇଛନ୍ତି ଅବଧ ଓଝା।

author-image
Debibandita Barick
Avadh Ojha & Arvind kejriwal

Avadh Ojha & Arvind kejriwal

ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ବିଶିଷ୍ଟ ଶିକ୍ଷକ ଅବଧ ଓଝା ଦଳରେ ଯୋଗ ଦେଇଛନ୍ତି। ଆଜି ସେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିରରେ ଆପରେ ସାମିଲ ହୋଇଛନ୍ତି। 

Advertisment

ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ମଧ୍ୟରୁ ଅବଧ ଓଝା ହେଉଛନ୍ତି ଅନ୍ୟତମ। ସେ UPSC ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି। ଏହାବ୍ୟତୀତ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ଜଣାଶୁଣା। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା।

ତାଙ୍କ ଘର ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। UPSC ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ। କୋଭିଡ ସମୟରେ ଅଫଲାଇନ୍ କ୍ଲାସ୍ ବନ୍ଦ ରହିବାରୁ ୟୁଟ୍ୟୁବରେ ପାଠପଢାଇ ଲୋକପ୍ରିୟତା ହାସଲ କରିଥିଲେ ପ୍ରବଧ।

Advertisment

ସେ ଦିଲ୍ଲୀର ଅନେକ ନାମୀଦାମୀ IAS କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି। 2019ରେ ମହାରାଷ୍ଟ୍ରର ପୁଣେରେ IQRA IAS ଏକାଡେମୀ ପ୍ରତିଷ୍ଠା କରିଥିଲେ ପ୍ରବଧ ଓଝା।

ପ୍ରକାଶ ଥାଉକି, ଆସନ୍ତା ବର୍ଷ ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିନଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଆପ୍। ବିଧାନସଭା ନିର୍ବାଚନରେ ଦଳ ଇଣ୍ଡିଆ ବ୍ଲକ୍ ସହ ମେଣ୍ଟ କରିବ ନାହିଁ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ।