ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଦିଲ୍ଲୀ ନିର୍ବାଚନ ଇନ୍ଚାର୍ଜ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍ଚାର୍ଜ ଭାବେ ଶ୍ରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି।
Also Read
ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ସମ୍ଭବତଃ ୨୦୨୫ ଫେବ୍ରୁଆରୀରେ ନିର୍ବାଚନ ହୋଇପାରେ। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍ ଲଗାତାର ଭାବେ ସଭା ଓ ରୋଡ୍ ଶୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୟ ଆଶାରେ ବିଜେପି ଆଜି ଦୁଇ ପାୱାରଫୁଲ୍ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ଇନ୍ଚାର୍ଜ ଭାବେ ନିଯୁକ୍ତି ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: ବବି-ମାନସ ଓ ୪ ପୁଲିସ ଅଫିସର ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍ ପଠାଇଥିଲେ
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଚ୍ଚନା କହିଛନ୍ତି ଯେ, ବିଜେଡି ଶାସନକାଳରେ ତାଙ୍କୁ ମିଛ କେସରେ ଫସାଇ ଗିରଫ କରାଯିବା ପଛରେ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସମେତ ବିଜେଡି ନେତା ଅମରେଶ ଜେନା, ମାନସ ମଙ୍ଗରାଜ ଏବଂ ତତ୍କାଳୀନ ପୁଲିସ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ୱାଇଁ ଓ ଅନୁପ କାନୁନଗୋଙ୍କ ସମ୍ପୃକ୍ତି ରହିଛି ।
Politics
୨୦ଦିନ ପରେ ଓଡ଼ିଶା ଫେରିଲେ ନବୀନ: ବିଜେଡିର ଭବ୍ୟ ସ୍ୱାଗତ, ପାଣ୍ଡିଆନ ବି ଦେଖାଦେଲେ
ନବୀନଙ୍କ ଆଗମନ ସମୟରେ ବିମାନବନ୍ଦରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା । ସମର୍ଥକମାନେ ବିଜେଡିର ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ତାଙ୍କୁ ସ୍ୱାଗତ କରିଥିଲେ ।

Politics
ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼, ନେତା ଅଣନିଃଶ୍ୱାସୀ
ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି।

National
ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ବିବାଦରେ ମନ୍ତ୍ରୀ, ଭିଡିଓ ଭାଇରାଲ
ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠାଯିବାର ଦିନକ ପରେ ଆଜି ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ସହିତ ଦେଖିବାକୁ ମିଳିଛି।

Politics
ଓଡ଼ିଶାରେ ରାହୁଲ ଗାନ୍ଧି : ସମ୍ବିଧାନ ରକ୍ଷା ଓ ସରକାରଙ୍କ ବିରୋଧରେ ଜନତାଙ୍କୁ ଏକଜୁଟ କରିବାକୁ ଦେଲେ ଆହ୍ଵାନ
ବିଜେପି ସରକାର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି। ବିହାରରେ ମଧ୍ୟ ଏହା କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ନିର୍ବାଚନ କମିଶନ ମଧ୍ୟ ବିଜେପିର ଇସାରାରେ କାମ କରୁଥିବା ଅଭିଯୋଗ କରି ସେ ଭୋଟର ତାଲିକା ଓ ଭିଡିଓ ମାଗିଥିବା କହିଛନ୍ତି, ଯାହାକି ଏପର୍ଯ୍ୟନ୍ତ ମିଳିନାହିଁ।