Advertisment

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ; ୪୦ ଜଣଙ୍କ ମଧ୍ୟରେ ଅଛନ୍ତି ଶ୍ରୀମୟୀ, ଚିରଞ୍ଜୀବ ଓ ଅମରେଶ

ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅଛନ୍ତି।

author-image
Jitendra Garnayak
undefined

Shreemayee Mishra

ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଏଥର ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା କେତେ ଜଣ ନେତାଙ୍କ ନାଁ ମଧ୍ୟ ରହିଛି। 

Advertisment

ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ହେଉଛନ୍ତି- ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ୍‌. ଭାସ୍କର ରାଓ, ସୁବାସ ସିଂହ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହନ୍ତ, ମୁନା ଖାନ, ସୁଲତା ଦେଓ, ରବୀନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ, ସୁଶାନ୍ତ ସିଂ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜୀବ ବିଶ୍ୱାଳ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ମିଶ୍ର, ଏସ୍‌କେ ନିଜାମୁଦ୍ଦିନ, ଈଶ୍ୱର ପାଣିଗ୍ରାହୀ, ଅମରେଶ ଜେନା ଓ ଏଲିନା ଦାସ।

ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ଜଗତସିଂହପୁର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ। କିନ୍ତୁ ଦଳ ସେଠାରୁ ତାଙ୍କୁ ପ୍ରାର୍ଥୀ କରି ନାହିଁ। ସେହିପରି ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଅଶା ରଖିଥିଲେ। କୁହାଯାଉଥିଲା, ବିଜେଡି ତାଙ୍କୁ ପ୍ରାର୍ଥୀ କରିସାରିଛି, କେବଳ ଘୋଷଣା ବାକି ଅଛି। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଦଳ ତାଙ୍କ ବଦଳରେ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କଲା। ସେହିପରି ଅମରେଶ ଜେନା ଭୁବନେଶ୍ୱର-ମଧ୍ୟ ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ସେ ଖୋଲାଖୋଲି ତାଙ୍କ ଇଚ୍ଛା ପ୍ରକାଶ କରିଥିଲେ ଓ ଏକ ପ୍ରକାର ଟିକେଟ ପାଇଁ ଦାବି କରିଥିଲେ। ହେଲେ ଦଳ ଏହି ଆସନରୁ ପୁଣି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛି।

Advertisment
BjD 2024 General Election Odisha Assembly Election 2024