'ମୋ ଟିକେଟ କାଟି ଗୁଣ୍ତା, ବଦମାସକୁ ଦେଲେ'

  • Published: Tuesday, 23 April 2024
  • , Updated: 23 April 2024, 11:36 AM IST

ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ । ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି ସେ କହିଛନ୍ତି। ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କରିଛନ୍ତି । ତାଙ୍କ କଥା ଜଗନ୍ନାଥ ବୁଝିବେ ବୋଲି କହିଛନ୍ତି ବରୀ ବିଧାୟିକା। ସେ ଆହୁରି କହିଛନ୍ତି, ମୋ ଟିକେଟ କାଟି ଜଣେ ଗୁଣ୍ଡା ଓ ବଦମାସଙ୍କୁ ଟିକେଟ ଦିଆଯାଇଛି, ଯିଏ ମା’କୁ ସମ୍ମାନ ଦେଇ ଜାଣିନି। ସେ କଥା କଥାରେ ଲୋକଙ୍କୁ ମାରନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story