ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଜୁନାଗଡର ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର। ସୋଶାଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଦିବ୍ୟଶଙ୍କର ଏହି ଚର୍ଚ୍ଚାରେ ମୋହର ମାରିଥିବା ବେଳେ ନିଜ ବିବାହ କଥାକୁ ସ୍ୱୀକାର କରି ସାରିଛନ୍ତି। ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବର ଭାବେ ଏହି ବିବାହ ହେବା ନେଇ ଚର୍ଚ୍ଚା ହେଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଜଣାଯାଇଛି। ଯୁବତୀ ଜଣଙ୍କ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି।

Manoj Swain
  • Published: Tuesday, 21 February 2023
  • Updated: 22 February 2023, 10:36 AM IST

Sports

Latest News

ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଜୁନାଗଡର ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର। ସୋଶାଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ଦିବ୍ୟଶଙ୍କର ଏହି ଚର୍ଚ୍ଚାରେ ମୋହର ମାରିଥିବା ବେଳେ ନିଜ ବିବାହ କଥାକୁ ସ୍ୱୀକାର କରି ସାରିଛନ୍ତି। ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବର ଭାବେ ଏହି ବିବାହ ହେବା ନେଇ ଚର୍ଚ୍ଚା ହେଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଜଣାଯାଇଛି। ଯୁବତୀ ଜଣଙ୍କ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos