Advertisment

ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ, କହିଲେ - ମୁଁ ଦୁଇ ଥରର ବିଧାୟକ,ଯୋଗ୍ୟତା ଅଛି

ବିଜେଡି ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି।

author-image
Niharika Rout
Saluga Pradhan

Saluga Pradhan

ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ବିଜେଡି ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି।

Advertisment

। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ସାଲୁଗା ପ୍ରଧାନ । ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଆଦିବାସୀ କାର୍ଡ ଖେଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଜବାବ ରଖିଛନ୍ତି ଖୋଦ ସାଲୁଗା ପ୍ରଧାନ।

ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳର ସଭାପତି ମୋ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ଦେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି। ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛ। କାରଣ ମୁଁ ୨, ୨ ଥରର ବିଧାୟକ ।

Advertisment

ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିବା ବେଳେ କିଏ ଏହି ଆସନ ଅଧିକାର କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଥିନିମନ୍ତେ ବିଜେଡି ତରଫରୁ ଆଜି ସାଲୁଗା ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ ।

ଏଥିସହ ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଆଜି ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକରେ ସବିଶେଷ ଭାବେ ଆଲୋଚନା କରାଯିବ ।

Odisha Assembly Deputy Speaker