ଖଲ୍ଲିକୋଟରୁ ଟିଟିଲାଗଡ଼: ବିଜେଡି ସମର୍ଥକଙ୍କ ଦାଦାଗିରି, ଭୋଟର ନିରବ

ଖଲ୍ଲିକୋଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ନିର୍ବାଚନପ୍ରଚାରରେ ଯିବାବେଳେ ସ୍ଥାନୀୟ ଅଂଚଳର ଭୋଟର ପ୍ରଶ୍ନ କରିବା ସେମାନଙ୍କୁ ମହଙ୍ଗା ପଡ଼ୁଛି ।

BJD

ବିଜେଡି କର୍ମୀଙ୍କ ରାଲି(ଫାଇଲ ଫଟୋ)

Ordigital Desk
  • Published: Saturday, 18 May 2024
  • Updated: 18 May 2024, 09:45 PM IST

 ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାର ଶେଷ ହୋଇଛି । କିନ୍ତୁ ଖଲ୍ଲିକୋଟରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ବିଜେଡି ପ୍ରାୟୋଜିତ ଗୁଣ୍ଡାବାହିନୀର ଆକ୍ରମଣରେ ବିଜେପି କର୍ମୀମାନେ ଲହୁଲୁହାଣ ହେବାର ଖବର ଥମିବାର ନାଁ ଧରୁନି । ଦୀର୍ଘଦିନ ଧରି କ୍ଷମତାରେ ରହି ସ୍ଥାନୀୟ ଅଂଚଳର ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇନଥିବା ବିଜେଡି ବିଧାୟକମାନଙ୍କୁ ଏବେ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ୁଛି । ଆଉ ଭୋଟରଙ୍କୁ ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ବିଜେଡି ବିଧାୟିକା ପ୍ରାର୍ଥୀମାନେ ନିଜର ଗୁଣ୍ଡାବାହିନୀ ଲଗାଇ ଭୟଭୀତ କରୁଥିବାରୁ ଭୋଟରମାନେ ଏବେ ନିରବ ରହିଥିବା ଜଣାପଡ଼ିଛି । ଖଲ୍ଲିକୋଟ ଓ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଭୋଟରଙ୍କ ନିରବତା ହିଁ ଶାସକ ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ଖଲ୍ଲିକୋଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ନିର୍ବାଚନପ୍ରଚାରରେ ଯିବାବେଳେ ସ୍ଥାନୀୟ ଅଂଚଳର ଭୋଟର ପ୍ରଶ୍ନ କରିବା ସେମାନଙ୍କୁ ମହଙ୍ଗା ପଡ଼ୁଛି । ସୂର୍ଯ୍ୟମଣି ବିଧାୟିକା ଥାଇ ମଧ୍ୟ ଅଂଚଳର ଆଶାନୁରୂପ ବିକାଶ କରିନଥିବାରୁ ସାଧାରଣ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି । ଆଉ ସ୍ଥାନୀୟ ଲୋକଙ୍କୁ ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ବିଜେଡି ସେଠାରେ ହିଂସାତ୍ମକ ପନ୍ଥା ଆପଣାଇଛି । ବିଜେଡି ଗୁଣ୍ଡାମାନଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଏବେବି ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ଅନ୍ୟ କିଛି ସମର୍ଥକ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ଖଲ୍ଲିକୋଟରେ ବିଜେଡି ଗୁଣ୍ଡାମାନଙ୍କ ଆତଙ୍କରାଜକୁ ନେଇ ସାଧାରଣ ଭୋଟର ଭୟଭୀତ ଥିବାବେଳେ ସେମାନଙ୍କ ମନରୁ ଭୟ ଦୂର ପାଇଁ ପ୍ରଶାସନ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନେଇପାରିନଥିବା ଜଣାପଡ଼ିଛି ।

Also Read

ସେହିପରି ବଲାଙ୍ଗିୀର ସଂସଦୀୟ କ୍ଷେତ୍ରର ଟିଟିଲାଗଡ଼ ବିଧାନସଭା ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଜେଡି ଚଳିତଥର ପ୍ରାର୍ଥୀ କରିଛି । କିନ୍ତୁ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ଟୁକୁନି ସକ୍ଷମ ହୋଇନଥିବାରୁ ଏବେ ତାଙ୍କୁ ପ୍ରବଳ ଜନଆକ୍ରୋଶର ଶୀକାର ହେବାକୁ ପଡ଼ୁଛି । ଟିଟଲାଗଡ଼ର ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଅଭିଯୋଗ ଅନୁସାରେ ବିଜେଡି ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ପରାଜୟ ହେବା ଭୟରେ ନିଜର ଗୁଣ୍ଡାବାହିନୀକୁ ଲଗାଇ ବିଜେପି କର୍ମୀମାନଙ୍କୁ ଅପହରଣ ସହ ଲହୁଲୁହାଣ କରିବାକୁ ପଛାଉନାହାନ୍ତି । ଗତ ଦୁଇଦିନ ତଳେ  ସଇଁତଳା ବ୍ଲକର ତେଣ୍ଡିପାଲିଠାରେ ବିଜେପି କର୍ମୀ ଲବେନ୍ଦ୍ର ବେହେରା ଓ ଦେବେନ୍ଦ୍ର ବସ୍ତିଆଙ୍କୁ ଅପହରଣ କରି ବିଜେଡି କର୍ମୀମାନେ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ପୁଲିସକୁ ଲଗାଇ ତାଙ୍କ ଡ୍ରାଇଭର ଘରକୁ ତଲାସୀ କରାଯାଉଛି । ଏହାପୂର୍ବରୁ ବିଜେଡି କର୍ମୀମାନେ ବିଜେପିର ପୋଷ୍ଟର ଚିରିବା ସାଧାରଣ ଭୋଟରଙ୍କୁ ଭୟଭୀତ କରିବାକୁ ପଛାଇନଥିବା ଜଣାପଡ଼ିଛି । ଟିଟିଲାଗଡ଼ର କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ରସିଂ ଭୋଇ ବିଜେଡିରେ ସାମିଲ ହୋଇ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହେବାପରେ ମନ୍ତ୍ରୀ ଟୁକୁନି ସାହୁ ଜିତିବା ନେଇ ଉତ୍ସାହିତ ହୋଇପଡ଼ିଥିଲେ । ମାତ୍ର ବିଧାୟିକା ଓ ମନ୍ତ୍ରୀ ରହି ମଧ୍ୟ ସ୍ଥାନୀୟ ଅଂଚଳର ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଓ ବିକାଶ କାର୍ଯ୍ୟ କରିବାରେ ବିଫଳ ହୋଇଥିବାରୁ ଏବେ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଏହି ଦୁଇ ବିଧାୟିକାଙ୍କ ଆଚରଣକୁ ନେଇ ଭୋଟର ବି ଖପ୍ପା ଅଛନ୍ତି । ଖଲ୍ଲିକୋଟ ଓ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରତି ଲୋକେ ମୁହଁ ଫେରାଇବାରେ ଲାଗିଛନ୍ତି । ବିଜେଡିରେ ମହିଳା ପ୍ରାର୍ଥୀମାନଙ୍କ ଦାଦାଗିରି ଚଳିତ ନିର୍ବାଚନରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story