ଏକଜିଟ ପୋଲ: ହରିୟାଣା, ଝାରଖଣ୍ଡ ଓ ଛତିଶଗଡ଼ ଭଳି ବଦଳି ଯିବନି ତ ଦିଲ୍ଲୀ ଗଣିତ?

ଆଜି ଏକଜିଟ ପୋଲରେ ବିଜୟର ବିଜୟ ସୁନିଶ୍ଚିତ ବୋଲି ଦାବି କରାଯାଇଥିଲେ ହେଁ ଏହା ଯେ ଶତକପ୍ରତିଶତ ଠିକ ହେବ, ତା’ହା ବି କହିବା ମୁସ୍କିଲ।

Exit Poll

representational image

Hemant Lenka
  • Published: Wednesday, 05 February 2025
  • Updated: 05 February 2025, 08:40 PM IST

Sports

Latest News

ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଆଜି ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ନିଜ ଅନୁସାରେ ଲୋକଙ୍କ ମତାମତ ନେଇ ରେଜଲ୍ଟ ଜାରି କରିଛନ୍ତି।

ଦୁଇ/ତିନୋଟି ସଂସ୍ଥାକୁ ଛାଡ଼ି ଦେଲେ ବାକି ସବୁ ସର୍ଭେ ସଂସ୍ଥା ଦେଶର ରାଜଧାନୀରେ ୨୭ ବର୍ଷ ପରେ ପଦ୍ମ ଫୁଟିବ ବୋଲି ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବ। ହ୍ୟାଟ୍ରିକ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଆପ୍‌କୁ ବିଜେପି ଦିଲ୍ଲୀରେ ଅଟକାଇବାକୁ ସକ୍ଷମ ହେବ। କଂଗ୍ରେସ ୨୦୧୫ ଓ ୨୦୨୦ ଭଳି ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିବ ବୋଲି ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଛି।

୧୦ଟି ସଂସ୍ଥାର ଏକଜିଟ ପୋଲକୁ ଦେଖିଥିଲେ ବିଜେପି ଦିଲ୍ଲୀର ୭୦ଟି ଆସନରୁ ୩୯ଟି, ଆପ ୩୦ଟି ଓ କଂଗ୍ରେସ ୧ଟି ଆସନ ଜିତିବ। ଦିଲ୍ଲୀରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ବିଜେପି ଏହା ଠାରୁ ଅଧିକ ୩ଟି ଆସନ ଜିତି ସରକାର କରିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ କହିଛନ୍ତି।

Also Read

ଏକଜିଟ ପୋଲ ରେଜଲ୍ଟ ପରେ ବିଜେପି ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଯୋଗୁ ବିଜେପି ଦିଲ୍ଲୀ ଦଖଲ କରିବାକୁ ଯାଉଥିବା ସେମାନେ କହିଛନ୍ତି। କିନ୍ତୁ ଆପ୍‌ ଏପରି ଏକଜିଟ ପୋଲ ରେଜଲ୍ଟକୁ ମାନିବାକୁ ନାରାଜ। ଦଳ ଜାତୀୟ ରାଜଧାନୀରେ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି କହିଛି।

ଆଜି ଏକଜିଟ ପୋଲରେ ବିଜୟର ବିଜୟ ସୁନିଶ୍ଚିତ ବୋଲି ଦାବି କରାଯାଇଥିଲେ ହେଁ ଏହା ଯେ ଶତକପ୍ରତିଶତ ଠିକ ହେବ, ତା’ହା ବି କହିବା ମୁସ୍କିଲ। କାରଣ ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନ ଓ ୨୦୨୪ ହରିୟାଣା ଏବଂ ଝାରଖଣ୍ଡ ବିଧାନସଭା ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକଜିଟ ପୋଲ ରେଜଲ୍ଟ କଥା ସମସ୍ତଙ୍କର ମନେଥିବ। ସେହିପରି ୨୦୨୪ ସାଧାରଣ ନିର୍ବାଚନରେ ଏକଜିଟ ପୋଲ ସଂପୂର୍ଣ୍ଣ ଭାବେ ଫେଲ ମାରିଥିଲା। ତେଣୁ ଏଥର ଦିଲ୍ଲୀରେ ଏକଜିଟ ପୋଲ ରେଜଲ୍ଟ ଯେ ଠିକ ହେବା, ତା’ର କୌଣସି ଗ୍ୟାରେଣ୍ଟୀ ନାହିଁ। ହରିୟାଣା, ଝାରଖଣ୍ଡ ଓ ଛତିଶଗଡ଼ ଭଳି ଦିଲ୍ଲୀରେ ମଧ୍ୟ ଏକଜିଟ ପୋଲ ଗଣତି ବଦଳି ଯିବାର ସମ୍ଭାବନା ରହିଛି।

ଛତିଶଗଡ଼ ଏକଜିଟ ପୋଲ

ପ୍ରଥମେ ଛତିଶଗଡ଼ ଏକଜିଟ ପୋଲ କଥା ବିଚାରକୁ ନିଆଯାଉ। ଛତିଶଗଡ଼ର ୯୦ଟି ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ଏକଜିଟ ପୋଲରେ କୁହାଯାଇଥିଲା ଯେ କଂଗ୍ରେସ ଛତିଶଗଡ଼ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ। ଏକାଧିକ ସର୍ଭେ ସଂସ୍ଥା କରିଥିବା ଏକଜିଟ ପୋଲର ଫଳାଫଳ ବା ପୋଲ ଅଫ ପୋଲରେ କୁହାଯାଇଥିଲା ଯେ ବିଜେପି ୩୮ଟି, କଂଗ୍ରେସ ୫୦ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିବେ।

ଏକଜିଟ ପୋଲ ଫଳାଫଳକୁ ନେଇ ସେତେବେଳର ଭୂପେଶ ବଘେଲ ସରକାର ଓ କଂଗ୍ରେସ କର୍ମୀମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। କିନ୍ତୁ ରେଜଲ୍ଟ ପୂରା ଓଲଟି ଯାଇଥିଲା। ନିର୍ବାଚନ କମିଶନ ଭୋଟ ଗଣତି ପରେ ଘୋଷଣା କରିଥିଲେ ଯେ ବିଜେପି ୫୪ଟି, କଂଗ୍ରେସ ୩୫ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଛି। ଏକଜିଟ ପୋଲ ପରେ ସରକାର ଗଠନ କରିବାକୁ ଗୋଡ଼ ଟେକି ବସିଥିବା କଂଗ୍ରେସକୁ ଛତିଶଗଡ଼ରେ ବଡ଼ ଝଟକା ଲାଗିଥିଲା।

ହରିୟାଣା ଏକଜିଟ ପୋଲ

ହରିୟାଣାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ୨୦୨୪ ଶେଷ ଭାଗରେ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କ୍ରମାଗତ ୨ଥର କ୍ଷମତା ଦଖଲ କରିଥିବା ବିଜେପି ବିରୋଧରେ ଏଥର ହାୱା ବହୁଥିଲା। ଏକଜିଟ ପୋଲରେ ମଧ୍ୟ ସମାନ କଥା କୁହାଯାଇଥିଲା। ବିଭିନ୍ନ ସର୍ଭେ ସଂସ୍ଥା କହିଥିଲେ ଯେ ହରିୟାଣାର ୯୦ଟି ଆସନରୁ କଂଗ୍ରେସ ୫୫ଟି, ବିଜେପି ୨୭, ଆଇଏନଏଲଡି ୨ଟି ଓ ଅନ୍ୟାନ୍ୟ ଦଳ ୫ଟି ଆସନ ଜିତିବେ। ଏକଜିଟ ପୋଲ ଓ ରାଜନୀତିକ ପଣ୍ଡିତମାନେ କହିଥିଲେ ହେଁ କଂଗ୍ରେସ ବେଶ ସହଜରେ ୧୦ ବର୍ଷ ପରେ ସରକାର ଗଠନ କରିବ।

ଭୋଟ ଗଣତି ସକାଳୁ ମଧ୍ୟ କଂଗ୍ରେସ ଆଗରେ ରହିଥିଲା। ଏଥିପାଇଁ କଂଗ୍ରେସ ପକ୍ଷରୁ ସେଲିବ୍ରେସନ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଦିନ ୧୧ଟା ପରେ ସବୁ କିଛି ବଦଳି ଯାଇଥିଲା। ସମସ୍ତ ଏକଜିଟ ପୋଲର ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ହରିୟାଣାରେ ଐତିହାସିକ ବିଜୟ ହାସଲ କରିଥିଲା। ବିଜେପି ରାଜ୍ୟରେ ୪୮ଟି ଆସନ ଜିତିଥିବା ବେଳେ କଂଗ୍ରେସ କେବଳ ୩୭ଟି ଆସନ ପାଇଥିଲା। ଅନ୍ୟାନ୍ୟ ଦଳ ୫ଟି ଆସନରେ ଜିତି ପାରିଥିଲେ।

ଝାରଖଣ୍ଡ ଏକଜିଟ ପୋଲ

ଝାରଖଣ୍ଡ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଥିଲା। ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧। ଚୂଡ଼ାନ୍ତ ଫଳାଫଳ ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଥିଲା। ଅଧିକାଂଶ ଏକଜିଟ ପୋଲ କହିଥିଲେ ଯେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। କିନ୍ତୁ ଭୋଟ ଗଣତି ଦିନ ଜେଏମଏମ ଓ କଂଗ୍ରେସ ମେଣ୍ଟ ବିଜୟୀ ହୋଇଥିଲେ। ମେଣ୍ଟ ସପକ୍ଷରେ ୫୦ଟି ଆସନ ଯାଇଥିବା ବେଳେ ବିଜେପି ୨୭ଟି ଆସନ ଜିତିଥିଲା। ଅନ୍ୟାନ୍ୟ ଦଳ ୪ଟି ସନ ଜିତିଥିଲେ। 

୨୦୨୪ ଏକଜିଟ ପୋଲ

୨୦୨୪ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଏକଜିଟ ପୋଲ ଭୁଲ ସାବ୍ୟସ୍ତ ହୋଇଥିଲା। ସମସ୍ତେ କହିଥିଲେ ଯେ ବିଜେପି ରେକର୍ଡ ସଂଖ୍ୟକ ଆସନ ଜିତି କ୍ରମାଗତ ତୃତୀୟ ଥର ପାଇଁ ଏକାକୀ କେନ୍ଦ୍ରରେ ସରକାର ଗଠନ କରିବ। ପୋଲ ଅଫ ଏକଜିଟ ପୋଲ୍ସ ଦେଖିବା ତା’ହେଲେ ବିଜେପି ୩୬୫, ଇଣ୍ତିଆ ୧୪୬ ଓ ଅନ୍ୟାନ୍ୟ ଦଳ ୩୨ଟି ଆସନ ଜିତିବେ।  କିନ୍ତୁ ବାସ୍ତବରେ ବିଜେପି ୨୦୧୪ ଓ ୨୦୧୯ ତୁଳନାରେ ସବୁଠାରୁ କମ ଆସନ ଜିତିଥିଲା। ଦଳ ୨୪୦ଟି ଆସନ ଜିତିବାରୁ ମ୍ୟାଜିକ ନମ୍ବର ୨୭୧ ଠାରୁ ବେଶ ପଛରେ ରହି ଯାଇଥିଲା। ଏପରି ସ୍ଥିତିରେ ବିଜେପି ନୀତୀଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଧରି ସରକାର ଗଠନ କରିଥିଲା। 

ତେଣୁ ଦିଲ୍ଲୀକୁ ନେଇ ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲ ଭୁଲ ପ୍ରମାଣିତ ନ ହେବାର ଗ୍ୟାରେଣ୍ଟୀ କେହି ଦେବି ପାରିବେ ନାହିଁ। ଯେଉଁମାନେ ସର୍ଭେ କରୁଛନ୍ତି, ସେମାନେ ମଧ୍ୟ କେବଳ କିଛି ନିର୍ଦ୍ଦିଷ୍ଟ ସଂଖ୍ୟାର ମତାମତକୁ ନେଇ ବିଜୟ ଓ ପରାଜୟର କଥା କହୁଥିବା ସ୍ୱୀକାର କରୁଛନ୍ତି। ଏପରି ସ୍ଥିତିରେ ଦିଲ୍ଲୀ ଏକଜିଟ ପୋଲକୁ ନେଇ ଉତ୍ସାହିତ ହେଉଥିବା ବିଜେପି କର୍ମୀ ଓ ନେତା ୮ ତାରିଖ ଯାଏ ଅପେକ୍ଷା କରିବା ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story