ଭବ୍ୟ ହେବ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି: ଡାର୍କ ହର୍ସରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ

୨୦୧୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେପିର ଚେହେରା ପାଲଟିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ପଛରେ ପକାଇ ‘ଡାର୍କ ହର୍ସ’ ପାଲଟିଥିଲେ ମୋହନ ଚରଣ ମାଝୀ । ଏକ ସାଧାରଣ ସାନ୍ତାଳୀ ଆଦିବାସୀ ପରିବାରରୁ ଆସି ସରପଂଚରୁ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ୪ଥର ବିଧାୟକ ମୋହନଙ୍କୁ ରାଜ୍ୟରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ କରାଯିବା ସମସ୍ତଙ୍କୁ ପାଇଁ ସରପ୍ରାଇଜ୍ ଥିଲା । 

CM Mohan Charan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Saturday, 24 May 2025
  • Updated: 24 May 2025, 06:44 PM IST

୨୪ବର୍ଷର ବିଜେଡି ସରକାରକୁ ଅପ୍ରତ୍ୟାଶିତ ଝଟକା ଦେଇ ରାଜ୍ୟରେ ନିଜ ଦମରେ ସରକାର ଗଢ଼ିଥିବା ବିଜେପି ନିଜର ପ୍ରଥମ ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି । ସାଧାରଣ ନିର୍ବାଚନରେ ବିଜେପିର ସଫଳତା ପରେ ରାଜ୍ୟ ବିଜେପିର ପ୍ରମୁଖ ଚେହେରାମାନଙ୍କୁ ପଛରେ ପକାଇ  ‘ଡାର୍କ ହର୍ସ ’ପାଲଟିଥିଲେ ମୋହନ ଚରଣ ମାଝୀ । ୨୦୨୪ ଜୁନ୍ ୧୨ରେ ମୋହନଙ୍କ ନେତୃତ୍ୱରେ ୧୬ଜଣିଆ ରାଜ୍ୟ ମନ୍ତ୍ରିମଣ୍ଡଳ ଶପଥ ନେଲେ ଯେଉଁଥିରେ କେବଳ ଜଣେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ବାଦ୍ ଦେଲେ ସରକାର ପରିଚାଳନାରେ କାହାରି ଅଭିଜ୍ଞତା ମଧ୍ୟ ନଥିଲା । ଏପରିକି ଏମାନଙ୍କ ମଧ୍ୟରୁ ୯ଜଣ ପ୍ରଥମଥର ପାଇଁ ବିଧାନସଭାକୁ ମଧ୍ୟ ଆସିଥିଲେ । ଏଭଳି ଏକ ଅନଭିଜ୍ଞ ସହଯୋଗୀଙ୍କ ଟିମ୍ ଏବଂ ବିଜେଡିର ୨୪ବର୍ଷର ଶାସନରେ ପ୍ରମୁଖ ଭୂମିକା ତୁଲାଇ ଆସିଥିବା ପ୍ରଶାସନିକ ଅଫିସରମାନଙ୍କୁ ଧରି ଦଳୀୟ ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବା ଏବଂ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବାର ଚ୍ୟାଲେଞ୍ଜ ମୋହନଙ୍କ ପାଇଁ ରହିଥିଲା । ମାତ୍ର ବର୍ଷକ ମଧ୍ୟରେ ବିଜେପି ସରକାର ନିଜର ପ୍ରମୁଖ ୧୧ଟି ପ୍ରତିଶ୍ରୁତିକୁ ଆଂଶିକ ବା ପୂର୍ଣ୍ଣ ପାଳନ କରିଥିବାବେଳେ ‘ଡାର୍କ ହର୍ସ’ରୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ପାଲଟି ଯାଇଛନ୍ତି ମୋହନ ମାଝୀ । ସରକାରଙ୍କ ବର୍ଷପୂର୍ତ୍ତି ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଜୁନ୍ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବା ସହ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି ।

ବର୍ଷପୂର୍ତ୍ତି ପାଇଁ ଭବ୍ୟ ପ୍ରସ୍ତୁତି

ସରକାରଙ୍କ ଏକବର୍ଷର ପୂର୍ତ୍ତି ଅବସରରେ ନୂଆ ଯୋଜନା ଓ ସଫଳତାର ଏକ ପୁସ୍ତିକା ଓ ପକେଟ୍ ବୁକ୍ ମଧ୍ୟ ପ୍ରକାଶିତ ହେବ । ଆୟୁଷ୍ମାନ ଭାରତ, ସୁଭଦ୍ରା ଆଦି ଯୋଜନା ଉପରେ ଜିଲ୍ଲାସ୍ତରୀୟ ଥିମ୍ ଆଧାରିତ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ମେଳା ଓ ତିନି ଦିନିଆ ପ୍ରଦର୍ଶନୀ ରଜ ପର୍ବ ସହିତ ପାଳନ କରାଯିବ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ବିଜେପି ସରକାର କ୍ଷମତାକୁ ଆସିବା ପରେ ଆରମ୍ଭ ହୋଇଥିବା ୩୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଚିହ୍ନଟ କରି ତା’ର ତାଲିକା ପ୍ରସ୍ତୁତ କରାଯିବ । ଏହାସହିତ ବଜେଟରେ ଘୋଷଣା ହୋଇଥିବା କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଜୁନ୍ ୧୨ତାରିଖ ପୂର୍ବରୁ ଉଦଘାଟନ,ଶିଳାନ୍ୟାସ ନିମନ୍ତେ ପଦକ୍ଷେପ ଓ ଆବଶ୍ୟକ ପଡ଼ିଲେ କ୍ୟାବିନେଟ୍ ଅନୁମୋଦନ ମଧ୍ୟ ଗ୍ରହଣ କରାଯିବ । ପ୍ରତ୍ୟେକ ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଭତ୍ତିପ୍ରସ୍ତର ସ୍ଥାପନ କରାଯିବ । ମିଶନ ଶକ୍ତି ବଜାର, ଶିଶୁ ପାର୍କ ସହିତ ବ୍ଲକସ୍ତରୀୟ କଲ୍ୟାଣ ମଣ୍ଡପ ପାଇଁ ଡିପିଆରକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ଚଳିତମାସ ଶେଷ ସୁଦ୍ଧା ୧୨ଟି ନୂଆ ସରକାରୀ ନୀତିକୁ ଚୂଡ଼ାନ୍ତ କରି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ନିଆଯିବାକୁ ମଧ୍ୟ ସ୍ଥିର ହୋଇଛି । ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ, ଏକାମ୍ର ହାଟକୁ ପିପିପି ମୋଡରେ ଦିଲ୍ଲୀ ହାଟସ୍ତରୀୟ କରିବା, ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସ୍ଥାପନ ଆଦିକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯିବ । ଏହାସହିତ ‘ଉତ୍ତମ ଶାସନ ଓ ବିକଶିତ ଓଡ଼ିଶା’ ଥିମ୍ ଆଧାରରେ ଲୋକସେବା ଭବନରେ ସେମିନାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଡାର୍କ ହର୍ସରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ

୨୦୧୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେପିର ଚେହେରା ପାଲଟିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ପଛରେ ପକାଇ ‘ଡାର୍କ ହର୍ସ’ ପାଲଟିଥିଲେ ମୋହନ ଚରଣ ମାଝୀ । ଏକ ସାଧାରଣ ସାନ୍ତାଳୀ ଆଦିବାସୀ ପରିବାରରୁ ଆସି ସରପଂଚରୁ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ୪ଥର ବିଧାୟକ ମୋହନଙ୍କୁ ରାଜ୍ୟରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ କରାଯିବା ସମସ୍ତଙ୍କୁ ପାଇଁ ସରପ୍ରାଇଜ୍ ଥିଲା ।  ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଓ ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭଳି ଦୁଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । କୌଣସି ଲବି ଓ ଗଡ଼ଫାଦର ନଥିବା ତଥା ସରକାର ପରିଚାଳନାର ପୂର୍ବ ଅଭିଜ୍ଞତା ନଥାଇ ମଧ୍ୟ ମୋହନ କିଭଳି ସରକାର ଚଳାଇବେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା ଥିଲା । ମାତ୍ର ଏହି ସାଢ଼େ ୧୧ମାସ ମଧ୍ୟରେ ମୋହନ ନିଜର ଦକ୍ଷତା ପ୍ରତିପାଦନ କରି ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଉପସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି ।

ପ୍ରାୟ ୨୫ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ମୋହନ ମୁଖ୍ୟମନ୍ତ୍ରୀ ଭାବେ ନିଜ ଅଫିସରେ ରାତି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସଚିବାଳୟରେ ଦୀର୍ଘ ସମୟ କାର୍ଯ୍ୟ ଓ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ପ୍ରଶାସନିକ ଦକ୍ଷତାକୁ ବୃଦ୍ଧି କରିଛି । ତାଙ୍କ ପାଖରେ ସାଧାରଣ ଲୋକଙ୍କ ପହଂଚିବାରେ ସେଭଳି କଟକଣା ବି ନାହିଁ । ୨୦୨୪ ଜୁଲାଇ ୧ରୁ ନିଜେ ଜନଶୁଣାଣି କରି ଲୋକଙ୍କ ଅଭିଯୋଗର ସମାଧାନ କରୁଛନ୍ତି । ପ୍ରାୟ ୧୧ଟି ପାଳିରେ ୮୫% ଅଭିଯୋଗର ସମାଧାନ ମଧ୍ୟ ହୋଇପାରିଛି । ନିଜର ୯ଜଣ ମନ୍ତ୍ରୀ ଓ ୧୨ଜଣ ସଚିବ ପାହ୍ୟାର ଅଫିସରଙ୍କୁ ଧରି ସମ୍ବଲପୁରରେ ଜନଶୁଣାଣି କରି ବାହାବା ସାଉଁଟିଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋହନଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ କେବଳ କନକବର୍ଦ୍ଧନ ସିଂହଦେଓଙ୍କୁ ବାଦ୍ ଦେଲେ ଅନ୍ୟ କେହି ପୂର୍ବରୁ ମନ୍ତ୍ରୀ ହୋଇନଥିଲେ । ଏପରିକି ୯ଜଣ ମନ୍ତ୍ରୀ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅନ୍ୟ ୧୫ଜଣ ମନ୍ତ୍ରୀଙ୍କୁ ଧରି ମୋହନ ରାଜ୍ୟର ଶାସନ ଚଳାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ବିରୁଦ୍ଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ । ସୁନ୍ଦରଗଡ଼ରେ ଖଣି ଚୋରିର ତଦନ୍ତ ପାଇଁ ଭିଜିଲାନ୍ସ ଏସଆଇଟି ଗଠନ କରି ମୋହନ ଦୁର୍ନୀତି ବିରୁଦ୍ଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ୪୦ ବର୍ଷ ପରେ ଖୋଲି ମରାମତି କରାଯିବା ସହ ପୁଣିଥରେ ପୁରୀର ପ୍ରମୁଖ ମଠଗୁଡ଼ିକର ଉନ୍ନୀତିକରଣ ସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ସୁଦୃଢ଼ ପାଇଁ ନିଷ୍ପତ୍ତି ମଧ୍ୟ ମୋହନଙ୍କ ଦୃଢ଼ ନେତୃତ୍ୱ ଓ ଦକ୍ଷତାକୁ ପ୍ରତିପାଦନ କରିଛି ।

“ଆଦିବାସୀ ସମୁଦାୟରୁ ଆସିଛି ଓ ତାଙ୍କ ସରଳତାକୁ କେହି ଦୁର୍ବଳତା ନଭାବୁ ବୋଲି ବିଡିଓମାନଙ୍କ ବୈଠକରେ କହି ମୋହନ ପରୋକ୍ଷରେ ନିଜର ମନ୍ତ୍ରିମଣ୍ଡଳ ସହଯୋଗୀ ଓ ସଚିବସ୍ତରୀୟ ଅଫିସରମାନଙ୍କୁ ତାଗିଦ୍ କରିଥିବା ଚର୍ଚ୍ଚା ହେଉଛି ।

ଡବଲ ଇଞ୍ଜିନ ସରକାରରେ ଡବଲ ଫାଇଦା

ରାଜ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ,ଜାତୀୟ ନୌସେନା ଦିବସ ଏବଂ ପ୍ରବାସୀ ଭାରତୀୟ ଦିବସ ଭଳି ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ଆୟୋଜିତ ହୋଇଛି ଯାହା ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିଛି । ସେହିପରି ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣକୁ ସବୁଜ ସଙ୍କେତ ଦେବା ସହ ପାରାଦୀପରେ ମଧ୍ୟ ଏକ ଗ୍ରୀନ୍ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ବିଜେପି ସରକାର ଘୋଷଣା କରିସାରିଛନ୍ତି । ଏସବୁ ବ୍ୟତୀତ ଓଡ଼ିଶାରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସୀର ଥାନା ଓ ୨୦ରୁ ଅଧିକ ନୂଆ ସାଇବର ଥାନା ଖୋଲିବା ନିଷ୍ପତ୍ତି ନିଆଯାଇଛି । ଏସବୁ ବ୍ୟତୀତ ରାଜ୍ୟରେ ୟୁନିଫାଏଡ୍ ପେନସନ ସ୍କିମ କାର୍ଯ୍ୟକାରୀ ସହ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା କାର୍ଯ୍ୟକ୍ରମରେ ପ୍ରସୂତୀ ମହିଳାଙ୍କୁ ଅଧିକ ସହାୟତା ମଧ୍ୟ ସମ୍ଭବପର ହୋଇପାରିଛି ।

ପ୍ରଥମଦିନରୁ ଚର୍ଚ୍ଚାରେ ଥିଲା କ୍ୟାବିନେଟ୍ ନିଷ୍ପତ୍ତି

ସରକାର ଶପଥ ନେବା ଦିନ ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ଧାନର ଏମଏସପି ଉପରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସବସିଡି ଓ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ନିଷ୍ପତ୍ତି ନେଇ ମୋହନ ସରକାର ଚର୍ଚ୍ଚାକୁ ଆସିଥିଲେ । ଏବେ ବର୍ଷ ପୂର୍ତ୍ତି ପୂର୍ବରୁ କ୍ୟାବିନେଟ୍ ବୈଠକ ଡାକି ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇ ଆଉ ଏକ ମାଇଲଖୁଂଟ ସ୍ଥାପନ କରିଛନ୍ତି । ୮୦ବର୍ଷରୁ ଉର୍ଦ୍ଧ୍ୱ ଓ ୮୦%ରୁ ଅଧିକ ଭିନ୍ନକ୍ଷମଙ୍କୁ ମାସିକ ୩୫୦୦ଟଙ୍କା ପେନସନ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ସହ ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପୋଥି ସଂଗ୍ରହାଳୟ, ଓଡ଼ିଆ ଅନୁବାଦ ଏକାଡେମୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ନିଷ୍ପତ୍ତି ମଧ୍ୟ ପ୍ରମୁଖ ଚର୍ଚ୍ଚାର ବିଷୟ ରହିଥିଲା ।

ମହିଳାଙ୍କ ପାଇଁ ସରକାର

ନିର୍ବାଚନୀ ପ୍ରତିଶ୍ରୁତି ଅନୁରୂପ କ୍ଷମତାକୁ ଆସିବାର ମାତ୍ର ୩ମାସ ମଧ୍ୟରେ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଜର ଫ୍ଲାଗସିପ୍ ‘ସୁଭ୍ରଦା ଯୋଜନା’କୁ ଶୁଭାରମ୍ଭ କରି ଏପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ମୋଟ ୧.୧୮କୋଟି ମହିଳାଙ୍କୁ  ୧୦ହଜାର ଟଙ୍କା ଲେଖାଏଁ ହାତପାଣ୍ଠି ଦେଇସାରିଲେଣି ମୋହନ ସରକାର । ମାତ୍ର ଯୋଜନାକୁ ନେଇ ଯେଭଳି ଉତ୍ସାହ ସାଧାରଣ ମହିଳାଙ୍କ ମଧ୍ୟରେ ଦେଖାଯିବା କଥା ଓ ତା’ର ରାଜନୀତିକ ଫାଇଦା ବିଜେପିକୁ ମିଳିବ ବୋଲି ଆଶା କରାଯାଉଥିଲା, ସେଥିରେ ଯୋଜନାର କ୍ରିୟାନ୍ୱୟନ ପ୍ରତିବନ୍ଧକ ସାଜିଥିବା ଚର୍ଚ୍ଚା ହେଉଛି ।

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୨୦୨୪-୨୫ ଆର୍ଥିକ ବର୍ଷରେ ଡିସେମ୍ବର ମାସ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ୧୯ଟି ବିଭାଗ ୩୫୬୮.୮୫କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦେଇଛନ୍ତି । ଯାହାକି ସମଗ୍ର ୨୦୨୩-୨୪ ଆର୍ଥିକ ବର୍ଷରେ ଦିଆଯାଇଥିବା ୩୪୪୫କୋଟି ଟଙ୍କାଠୁ ବି ଅଧିକ । ବିଜେଡି ସରକାରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ରାଜରାସ୍ତାରେ ଧାରଣା ଦେଇଥିବା ୬୨୩୪୧ଜଣ କମ୍ୟୁନିଟି ୱାର୍କର(ମହିଳା)ଙ୍କୁ ୧୦ମାସର ପାରିଶ୍ରମିକ ଦେଇ ସେମାନଙ୍କୁ କାର୍ଯ୍ୟ ଜାରି ରଖିବାର ସୁଯୋଗ ମଧ୍ୟ ସରକାର ଦେଇଛନ୍ତି ।

ମୋହନଙ୍କ ନେତୃତ୍ୱରେ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଦିଗରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସଫଳ ରାଜ୍ୟ । ଅଦ୍ୟାବଧି ଓଡ଼ିଶା ୧୬ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିପାରିଛି ବୋଲି ଆଜି ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  

ସେହିପରି ମହିଳା କର୍ମଚାରୀଙ୍କୁ ମାତୃତ୍ୱ ଛୁଟି ପାଇଁ କୋହଳ ନୀତି ଓ ପିଲାଙ୍କ ଲାଳନପାଳନ ନିମନ୍ତେ ଲୋକସେବା ଭବନରେ କ୍ରେଚ୍ ସୁବିଧା ଭଳି ନିଷ୍ପତ୍ତି ନେଇ ମୋହନ ସରକାର ବିଗତ ସାଢ଼େ ୧୧ମାସ ମଧ୍ୟରେ ନିଜର ପ୍ରଶାସନିକ ଦକ୍ଷତାକୁ ପ୍ରତିପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି । ଏସବୁ ବ୍ୟତୀତ ମହିଳା ନିର୍ଯାତନା ଓ ହିଂସା ମାମଲାରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରି ନିରପେକ୍ଷ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିପାରିଛି ।

ଚାଷୀଙ୍କ ସ୍ୱାର୍ଥରେ ମୋହନ

ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ମୂଲ୍ୟ ଉପରେ ଅତିରିକ୍ତ ୮୦୦ଟଙ୍କା ବୋନସ୍ ଦେବା ହେଉ ଅବା ଅଦିନିଆ ବର୍ଷରେ ଫସଲ ନଷ୍ଟକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରି କ୍ଷତିପୂରଣ ଦେବା ହେଉ ଅବାପୁଣି ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ କରିବା , ପିଏମ କିଷାନ ଯୋଜନାରେ ଅତିରିକ୍ତ ୬ଲକ୍ଷ ଚାଷୀଙ୍କୁ ସାମିଲ ଏବଂ ସମସ୍ତ ୫୮ଟି ସବଡିଭିଜନରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ବ୍ୟୟବରାଦ ଭଳି ଏକାଧିକ ଚାଷୀସ୍ୱାର୍ଥ ସମ୍ବଳିତ ନିଷ୍ପତ୍ତି ମୋହନ ସରକାରଙ୍କ ସାଢ଼େ ୧୧ମାସର ଉପଲବ୍ôଧ ବୋଲି କୁହାଯାଇପାରେ । ଅଦିନିଆ ବର୍ଷାରେ ଫସଲ କ୍ଷତିର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଯାଇ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରି କ୍ଷତିପୂରଣ ଘୋଷଣା କରିବା ମଧ୍ୟ ସରକାର ପ୍ରତି ଚାଷୀଙ୍କ ଆସ୍ଥାବୃଦ୍ଧିରେ ସହାୟକ ହୋଇଛି । ମାର୍ଚ୍ଚ ୨୦ତାରିଖ ସୁଦ୍ଧା ମୋଟ ୧୫ଲକ୍ଷ ୯୯ହଜାର ୧୩୫ଜଣ ଚାଷୀଙ୍କଠୁ ୭୧.୨୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଯାହାକ ପୂର୍ବ ଖରିଫ ବର୍ଷ ତୁଳନାରେ ଅଧିକ । ତେବେ ଧାନସଂଗ୍ରହବେଳେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଆବଂଟନ କରାଯାଇଥିଲେ ମଧ୍ୟ ୨-୩ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟମାନେ ମଣ୍ଡିକୁ ଯିବାକୁ ମଧ୍ୟ ଉଚିତ୍ ମଣିନଥିଲେ । ସେହିପରି ଅଧିକ ଜମିକୁ ଜଳସେଚନ ଭିତ୍ତିଭୂମି ସୁବିଧା ଲକ୍ଷ୍ୟ, ଚାଷୀଙ୍କୁ କୃଷି ସବସିଡି, ଫସଲ ଋଣ ପ୍ରଦାନ ଆଦି ଦିଗରେ ମଧ୍ୟ ସରକାରଙ୍କ ଚାଷୀ-ଚାଷ ସ୍ୱାର୍ଥରକ୍ଷା ପଦକ୍ଷେପକୁ ପ୍ରତିଫଳିତ କରିଛି ।

ସୀମାହୀନ ସୁଯୋଗ ଓ ନିଯୁକ୍ତି

ମାତ୍ର ୧୧୩ ଦିନ ମଧ୍ୟରେ ସରକାର ନିଜର ପ୍ରତିଶ୍ରୁତି ପୂରଣ କରି କଳିଙ୍ଗନଗରରେ ୧.୧୫ଲକ୍ଷ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରିବାରେ ସକ୍ଷମ ହୋଇଛନ୍ତି । ଓଡ଼ିଶା ଆଜି ସୀମାହୀନ ସୁଯୋଗର ଭୂମି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋହନ ସରକାର ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଚଳିତ ମେକଇନ ଓଡ଼ିଶା-ଉତ୍କର୍ଷ ଓଡ଼ିଶା କନକ୍ଲେଭ ମାଧ୍ୟମରେ ୧୬.୭୩ଲକ୍ଷ କୋଟି ଟଙ୍କା ନିବେଶ ସମ୍ଭାବନା ଓ ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ‘ସମୃଦ୍ଧ ଓଡ଼ିଶା-୨୦୩୬’ଲକ୍ଷ୍ୟକୁ ହାସଲ ଦିଗରେ ସହାୟକ ହୋଇପାରିବ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋର୍ଦ୍ଧାରେ ୫,୭୭୦ କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଓ କଳିଙ୍ଗନଗରରେ ୧.୧୫ ଲକ୍ଷ କୋଟି ଟଙ୍କାର ୨୪ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର କରି ମାଧ୍ୟମରେ ମୋଟ ୭୩,୦୩୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରିଛି । ସେହିପରି ୨୦୨୪ ଜୁନ୍ ପରଠୁ ମୋଟ ୧୪୧୧୩କୋଟି ଟଙ୍କାର ୭୦ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ ଲାଭ କରିସାରିଛି ।

ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହ ବୈଠକ କରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ୧୮,୭୮୮ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ, ପୁଲିସ ବାହିନୀରେ ଖାଲି ପଡ଼ିଥିବା ୧୬ହଜାର ପଦବୀ ପୂରଣ ସହ ଅତିରିକ୍ତ ୧୬,୦୫୯ଟି ପଦବୀ ସୃଷ୍ଟି, ସ୍ୱାସ୍ଥ୍ୟ ବିଭାଗରେ ୪ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ବିଭାଗର ଖାଲି ପଡ଼ିଥିବା ପଦବୀକୁ ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ସହ ନିୟମିତ ତଦାରଖ କରାଯାଉଥିବା ଜଣାପଡ଼ିଛି । ସବୁଠୁ ବଡ଼କଥା ହେଲା, ପୂର୍ବ ସରକାରରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ ଉପରେ ଗୁରୁତ୍ୱ ମିଳୁଥିଲା, ଯାହା ଉପରେ ମୋହନ ସରକାର କଟକଣା ଜାରି କରିଛନ୍ତି ।

ସରକାରଙ୍କ ଚିନ୍ତା ବଢ଼ାଇବ ସ୍ୱାସ୍ଥ୍ୟବୀମା

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ସହ ନିଜସ୍ୱ ଯୋଜନା ‘ଗୋପବନ୍ଧୁ ଜନଆରୋଗ୍ୟ’ ମାଧ୍ୟମରେ ରାଜ୍ୟର ୩.୫୨କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ନେଇ ମୋହନ ସରକାର ଦାବି କରୁଛନ୍ତି । ମାତ୍ର ପୂର୍ବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ବିଭିନ୍ନ ଚିକିତ୍ସା ସୁବିଧା ତୁଳନାରେ ବିଜେପି ସରକାରଙ୍କ ଯୋଜନା ମଧ୍ୟରେ ଅସମାନତା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବ୍ୟାପକ ସଚେତନତାର ଅଭାବ ଏବଂ ଦଳୀୟସ୍ତରରେ ଏହାର ପ୍ରଚାରପ୍ରସାରର ଅଭାବ ଯୋଗୁ ସାଧାରଣ ଲୋକେ ଆବଶ୍ୟକ ପରିମାଣର ଚିକିତ୍ସା ସୁବିଧା(ଖର୍ଚ୍ଚ ଅନୁରୂପ) ପାଇପାରୁନଥିବା ଅଭିଯୋଗ ହେଉଛି । ଯଦିଓ ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସରକାର ଯୋଗାଇବାର ଦାବି କରୁଛନ୍ତି । କିନ୍ତୁ ବିଭିନ୍ନ ଚିକିତ୍ସାବାବଦ ଖର୍ଚ୍ଚରେ କ୍ୟାପିଙ୍ଗ୍ ଯୋଗୁ ହସ୍ପିଟାଲଗୁଡ଼ିକରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି । ଏହା ଉଭୟ ସରକାର ଓ ଦଳ ପାଇଁ ଆଗାମୀ ଦିନରେ ସମସ୍ୟା ହୋଇପାରେ ବୋଲି ଚର୍ଚ୍ଚା ।

ସେହିପରି ମୋହନ ସରକାର ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରେ ୪ଟି ମେଡିକାଲ କଲେଜ ଏବଂ ଢ଼େଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ଏକୀକୃତ ଆୟୁଷ ହସ୍ପିଟାଲ ସ୍ଥାପନ କରିବାକୁ ଘୋଷଣା କରିସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story