ବିଜେଡି ଲୋକସଭା ପ୍ରାର୍ଥୀଙ୍କ ରାଲିରେ ନାବାଳକ

ବିଜେପିର ଅଭିଯୋଗ ଉପରେ ବିଜେଡି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ବିଜେଡି ରାଲିରେ ଛୋଟ ପିଲା।

  • Published: Monday, 06 May 2024
  • , Updated: 06 May 2024, 02:07 PM IST

ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ପ୍ରଚାର ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା।

ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ରାଲିରେ ପିଲାଙ୍କୁ ବ୍ୟବହାର କରାଯାଇଛି। ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ଏହା ଏକ ଗୁରୁତର ଘଟଣା। ଅଂଶୁମାନଙ୍କ ରାଲିରେ ଛୋଟ ପିଲା ସାମିଲ ଥିବାର ଭିଡିଓ ତାଙ୍କ ସୋଶାଲ୍ ମିଡିଆ ହ୍ୟାଣ୍ଡଲରେ ମଧ୍ୟ ପୋଷ୍ଟ କରାଯାଇଛି। ଏହା ଦ୍ୱାରା ଶିଶୁଙ୍କ ଅଧିକାରର ଉଲ୍ଲଂଘନ ହେଉଛି। ତେଣୁ ତୁରନ୍ତ ଅଂଶୁମାନ ମହାନ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

କିଶୋର ପଣ୍ଡା କହିଛନ୍ତି, ବିଜେଡି ନିଜ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛି। ଏହା ଏକ ନିନ୍ଦନୀୟ ଘଟଣା। ଆମେ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛୁ। ଏନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ। ଏହି ଘଟଣାକୁ କେନ୍ଦ୍ରାପଡ଼ାରେ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏଭଳି ଏକ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତର ସହ ନିଅନ୍ତୁ।

ବିଜେପିର ଅଭିଯୋଗ ଉପରେ ବିଜେଡି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

 

Related story