Advertisment

Exit Polls: ମଧ୍ୟ ପ୍ରଦେଶରେ କାହାକୁ ଭୋଟ୍ ଦେଇଛନ୍ତି ଲୋକେ, ବିଜେପି ରହିବ ନା ଯିବ

ମଧ୍ୟ ପ୍ରଦେଶରେ ଏବେ ବିଜେପି ସରକାର ରହିଛି। ଗତ ଥର ଏଠାରେ କଂଗ୍ରେସ ଜିତି ଥିଲା। କମଳ ନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କର ସମର୍ଥକମାନେ ବାହାରି ଯାଇ ବିଜେପିରେ ମିଶିବାରୁ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Shivraj Singh Chauhan

Shivraj Singh Chauhan

ମଧ୍ୟ ପ୍ରଦେଶ ବିଧାନସଭାର ୨୩୦ଟି ଆସନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଏଠାରେ ସରକାର ଗଢ଼ିବା ପାଇଁ ଯେକୌଣସି ଦଳ ବା ମେଣ୍ଟକୁ ୧୧୬ଟି ଆସନ ଜିତିବାକୁ ପଡ଼ିବ। ଏବେ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ ଶାସନ ଡୋର ଧରିବାକୁ ଆଶା ବାନ୍ଧିଛି। ହେଲେ ମଧ୍ୟ ପ୍ରଦେଶବାସୀ କାହାକୁ ଦେଇଛନ୍ତି ଭୋଟ୍? ତାହା ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପରେ ଜଣାପଡ଼ିବ। କିନ୍ତୁ ଆଜି ଆସିଛି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ।

Advertisment

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ (India Today-Axis My India)ର ଏକ୍‌ଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ ବିଜେପି ୧୪୦ରୁ ୧୬୨ଟି ଆସନରେ ଜିତିବ। କଂଗ୍ରେସକୁ ୬୮ରୁ ୯୦ଟି ଆସନ ମିଳିବ। ଅନ୍ୟାନ୍ୟଙ୍କୁ ୦ରୁ ୩ଟି ଆସନ ମିଳିବ।

ଇଣ୍ଡିଆ ଟିଭି- ସିଏନ୍‌ଏକ୍ସର ତଥ୍ୟ କହୁଛି ବିଜେପି ୧୪୦ରୁ ୧୫୯ଟି ଆସନ ଜିତିବ। କଂଗ୍ରେସକୁ ୭୦ରୁ ୮୯ଟି ଆସନ ମିଳିବ। Republic TV-Matrizeର ସର୍ଭେ ଅନୁସାରେ ବିଜେପି ୧୧୮ରୁ ୧୩୦ ଆସନ ଓ କଂଗ୍ରେସ ୯୭ରୁ ୧୦୭ଟି ଆସନରେ ଜିତିବେ। ଅନ୍ୟାନ୍ୟ ଦଳଗୁଡ଼ିକୁ ୨ଟି ଆସନ ମିଳିବ। ସେହିପରି Today's Chanakyaର ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପିକୁ ବିପୁଳ ବିଜୟ ମିଳିବ। ଦଳ ୧୩୯ରୁ ୧୬୩ଟି ଆସନ ଜିତିବ। କଂଗ୍ରେସ ୬୨ରୁ ୮୬ଟି ଆସନ ପାଇବ। ଅନ୍ୟାନ୍ୟ ଦଳକୁ ୧ରୁ ୯ଟି ଆସନ ପାଇବେ। ଏହି ତଥ୍ୟଗୁଡ଼ିକୁ ଦେଖିଲେ ଜଣାପଡ଼ୁଛି ବିଜେପି ସହଜରେ ଜିତି ଯିବ। 

Advertisment

ଅନ୍ୟପକ୍ଷରେ ଜନ୍‌ କି ବାତ୍‌ର ସର୍ଭେ ଅନୁଯାୟୀ ବିଜେପି ୧୧୦ରୁ ୧୨୩ଟି ଆସନ ଜିତିବ। କଂଗ୍ରେସକୁ ୧୦୦ରୁ ୧୨୫ଟି ଆସନ ମିଳିବ। ସେହିପରି ଦୈନିକ ଭାସ୍କରର ତଥ୍ୟ ଅନୁସାରେ ବିଜେପିକୁ ୯୫ ରୁ୧୧୫ ଓ କଂଗ୍ରେସକୁ ୧୦୫ରୁ ୧୨୦ ଆସନ ମିଳିବ। Polstratର ସର୍ଭେ କହୁଛି ବିଜେପି ୧୦୬ରୁ ୧୧୬ ଆସନରେ ଜିତିବ। କଂଗ୍ରେସ ୧୧୧ରୁ ୧୨୧ଟି ଆସନ ଜିତିବ। ଅନ୍ୟାନ୍ୟଙ୍କୁ ୦ରୁ ୬ଟି ଆସନ ମିଳିବ। ଅର୍ଥାତ୍ କଡ଼ା ଟକ୍କର ହେବ ବୋଲି ଏହି କେତୋଟି ସର୍ଭେର ତଥ୍ୟରୁ ଜଣାପଡ଼ୁଛି।

ମଧ୍ୟ ପ୍ରଦେଶରେ ଏବେ ବିଜେପି ସରକାର ରହିଛି। ଗତ ଥର ଏଠାରେ କଂଗ୍ରେସ ଜିତି ଥିଲା। କମଳ ନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କର ସମର୍ଥକମାନେ ବାହାରି ଯାଇ ବିଜେପିରେ ମିଶିବାରୁ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।