ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଜେ.ପି ନଡ୍ଡା ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଆସିବେ। ବିଜେପି ପାର୍ଟି ଅଫିସରେ ଦିନ ସାଢ଼େ ୧୧ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।
ଏଥିସହିତ ଜେ.ପି ନଡ୍ଡା ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଜେ.ପି ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରି ଯିବାର ସୂଚନା ରହିଛି।
Also Read
ସଦସ୍ୟତା ଅଭିଯାନ- ୨୦୨୪କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ସେମାନେ କଂଗ୍ରେସକୁ ହରାଇଦେଲେ, କିନ୍ତୁ ଆପ୍କୁ ଜିତାଇ ପାରିଲେ ନାହିଁ: ମୋଦି
‘ଆଜି ପୁଣିଥରେ କଂଗ୍ରେସକୁ କଡ଼ା ସନ୍ଦେଶ ମିଳିଛି। ପୁଣି ଥରେ ଖାତା ଖୋଲିବାରେ ବିଫଳ ହୋଇଛି କଂଗ୍ରେସ।’

National
ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ: ମୋଦି
ରାଜନୀତିରେ ପରିବର୍ତ୍ତନ ଆଣିବୁ କହି ସେମାନେ ରାଜନୀତିକୁ ଆସିଥିଲେ। କିନ୍ତୁ ସେମାନେ କଟ୍ଟର ବେଇମାନ ବାହାରିଲେ। ବିଧାନସଭା ପ୍ରଥମ ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରିବୁ। ଯିଏ ବି ଲୁଟିଛନ୍ତି, ଫେରାଇବାକୁ ପଡ଼ିବ। ଦୁର୍ନୀତିର ଯାଞ୍ଚ ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି।

National
କଂଗ୍ରେସର ହ୍ୟାଟ୍ରିକ୍ ପରାଜୟ, କିନ୍ତୁ କାହିଁକି
ଲଗାତାର ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଲଗାତାର ୩ ଥର ହେଲାଣି ଗୋଟିଏ ବି ଆସନ ଜିତିପାରୁନାହିଁ।

National
ମନୀଷ ସିସୋଦିଆ ହାରିବା ପରେ କାନ୍ଦିଲେ କୁମାର ବିଶ୍ୱାସଙ୍କ ପତ୍ନୀ
ଉଭୟ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାସ୍ତ ହୋଇଛନ୍ତି।

Politics
କେଜ୍ରିୱାଲଙ୍କ ଠାରୁ ପ୍ରତିଶୋଧ ନେଲେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଜାଣନ୍ତୁ ୧୨ ବର୍ଷ ତଳେ କ’ଣ ଘଟିଥିଲା?
ସନ୍ଦୀପ ମଧ୍ୟ କେଜ୍ରିୱାଲଙ୍କ ବିରୋଧରେ ଲଢ଼ୁଥିଲେ। ନୂଆଦିଲ୍ଲୀ ଆସନରେ ସେ ତୃତୀୟ ସ୍ଥାନରେ ରହିଥିଲେ ହେଁ କେଜ୍ରିୱାଲଙ୍କ ପରାସ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ କେଜ୍ରିୱାଲଙ୍କ ପରାଜୟକୁ ସୁନିଶ୍ଚିତ କରିଛନ୍ତି।