Advertisment

ବିଜେପି ଆଣିଲା ଚାର୍ଜସିଟ୍: କେନ୍ଦ୍ର ମନ୍ତ୍ରୀ ପଚାରିଲେ, ତାମିଲନାଡୁକୁ କାହିଁକି ମିଳୁଛି ଶସ୍ତା ବିଜୁଳି?

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

author-image
Niharika Rout
ଅଦ୍ୟତନ ହୋଇଛି
Meeting

Meeting

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

Advertisment

୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି। ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। ।

ଚାର୍ଜସିଟ୍ ଲୋକାର୍ପଣ କରି ଏକ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି। ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି। କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି। ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି। କାହିଁକି ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଭୂପେନ୍ଦ୍ର ଯାଦବ।

Advertisment

ଏଥିସହ ସେ କହିଛନ୍ତି, ଗତ ୨୫ ବର୍ଷରେ ବିଜେଡିର ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ତଳମୁହାଁ ଗ୍ରାଫ ଦେଖିବାକୁ ମିଳୁଛି। ରାଜ୍ୟ ସରକାର କହିଥିଲେ, ୩୫% ଜମିକୁ ଜଳସେଚିତ କରାଯିବ। କିନ୍ତୁ ୨୫ ବର୍ଷ ପରେ ବି ସରକାର ଏହି ଲକ୍ଷ୍ୟକୁ ପୂରଣ କରି ପାରି ନାହାନ୍ତି। ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି କହିଥିବା ବେଳେ ଏହାବି କାର୍ଯ୍ୟକାରୀ ହୋଇ ପାରିନି। କୃଷକଙ୍କ ହିତ ନିମନ୍ତେ ରାଜ୍ୟ ସରକାର କାଳିଆ ସ୍କିମ ଆଣିଥିଲା। ମାତ୍ର ସେଥିରେ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦେଶରେ ଯେଉଁଠି ଚାଷୀଙ୍କ ରୋଜଗାର ବଢ଼ୁଛି, ଓଡ଼ିଶାର ନମ୍ବର ପଛରେ ରହୁଛି।

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି। ମହିଳାଙ୍କ ବିରୋଧରେ ଅପରାଧିକ ମାମଲାରେ ଏହି ରାଜ୍ୟ ସମଗ୍ର ଦେଶରେ ପ୍ରଥମ ୫ଟି ରାଜ୍ୟ ଭିତରେ ରହିଛି। ଏଠାରୁ ଛୋଟ ଛୁଆ ହଠାତ୍‌ ଗାଏବ ହୋଇ ଯାଉଛନ୍ତି। ସେମାନଙ୍କ ଉପରେ ନିର୍ଯାତନାର ମାମଲା ସାମନାକୁ ଆସୁଛି। ଓଡ଼ିଶାରେ ଘରେ ରହୁଥିବା ମହିଳାଙ୍କ ଆତ୍ମହତ୍ୟା ମାମଲା ୬୧୩% ବଢ଼ିଛି। ୨୫ ବର୍ଷର ଶାସନ କାଳରେ ଓଡ଼ିଶାର ମୌଳିକ ସୁବିଧା ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ବିଜେଡି ଯୁବବର୍ଗଙ୍କୁ ରୋଜଗାର ଦେଇ ପାରୁନି। ଓଡ଼ିଶାରୁ ଗତବର୍ଷ କେବଳ ୪୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଓଡ଼ିଶାର ବେଗୋଜଗାରି ୨୦୧୫-୧୬ରେ ୩.୮% ଥିବା ବେଳେ ତାହା ଏବେ ୬%ରେ ପହଞ୍ଚିଛି। ବିଜେଡି ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଛି।

ରାଜ୍ୟରେ ୪,୩୦୦ ଅଧ୍ୟାପକ ପଦବୀ ଖାଲି ଅଛି। ଫଳରେ ଲୋକେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାରୁ ଝାଡ଼ଖଣ୍ଡର ଶିକ୍ଷା ବ୍ୟବସ୍ଥା ଭଲ ଅଛି। ଓଡ଼ିଶାରେ ଏବେ ବି ୬,୪୧୨ ଗାଁରେ ଏବେ ବି ରାସ୍ତା ନାହିଁ। ସେଥିରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି। ଫଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ମାଇଲ ମାଇଲ ବାଟ ରୋଗୀକୁ ଖଟିଆରେ ବୁହାଯାଉଛି। ଫଳରେ ବହୁ ରୋଗୀ ଲୋକେ ସ୍ୱାସ୍ଥ୍ୟ ସୁବିଧା ନ ପାଇ ଆଖି ବୁଜୁଛନ୍ତି।

ପ୍ରତି ଘରକୁ ଜଳ ଯୋଗାଣ ନିମନ୍ତେ ଓଡ଼ିଶାକୁ ୧୫ ହଜାର କୋଟି ଦିଆଯାଇଥିଲା। କିନ୍ତୁ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଓଡ଼ିଶାରେ ଚାଷୀଙ୍କ ଆୟ କମୁଛି। ବେଆଇନ ଖଣି ଖନନ କରାଯାଉଛି। ଏନେଇ ରାଜ୍ୟବାସୀଙ୍କୁ ସଚେତନ କରିବାକୁ ତଥା ସୁଶାସନ ଆଣିବାକୁ ଆମେ ଗାଁକୁ ଗାଁ ବୁଲିବୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ମୁଷ୍ଟିମେୟ ଅଫିସର ଆତଙ୍କ ସୃଷ୍ଟି କରୁଛନ୍ତି। ବିଧାୟକ,ଏମପିଙ୍କ ମୁହଁରୁ କଥା ବାହାରୁନି। ଲୋକଙ୍କୁ ଧମକ, ଚମକ ଦିଆଯାଉଛି। କେତେବେଳେ ନେତା ଷ୍ଟେଜ ବାନ୍ଧୁଛନ୍ତି ତ କେତେବେଳେ ଟ୍ରାଫିକ ଜଗୁଛନ୍ତି। କେହି କାହାକୁ ସବୁ ଦିନ ପାଇଁ ଡରାଇ, ଧମକାଇ ଶାସନ କରି ପାରିବନି। ନିଜ ଦଳ ଭିତରେ କେବଳ ନୁହେଁ ସାରା ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଇ ସାରିଲାଣି।

ଏହି ଅବସରରେ ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ୨୫ ବର୍ଷ ହେଲାଣି କୁଶାସନ ଚାଲିଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପଛରେ ପଡ଼ି ଯାଉଛି। ମହିଳାଙ୍କୁ ସୁରକ୍ଷା ଦେବା କଥା ଅସୁରକ୍ଷିତ ହେବାରେ ରାଜ୍ୟ ଏକ ନମ୍ବର ହୋଇ ସାରିଲାଣି। ଶିଶୁଙ୍କ ବିରୋଧରେ ନିର୍ଯାତନାର ମାତ୍ରା ବଢ଼ି ଚାଲିଛି।

ଜଳ ଜୀବନ ମିଶନ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା। କୋଟି କୋଟି ଲୋକଙ୍କ ଘରେ ପାଇପ୍‌ ରେ ପାଣି ପହଞ୍ଚୁଛି। କିନ୍ତୁ ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଛି। ଓଡ଼ିଶାରେ ନିଯୁକ୍ତି ସୁଯୋଗ ନାହିଁ। ପ୍ରତିବର୍ଷ ହଜାର ହଜାର ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି।

ରାଜ୍ୟ ସରକାରଙ୍କ ଏହି ସବୁ ବିଫଳତାକୁ ନେଇ ଆମେ ଘରକୁ ଘର ଯିବୁ। ଲୋକଙ୍କୁ ସଚେତନ କରିବୁ।

BjD Bjp