/odisha-reporter/media/post_attachments/uploadimage/library/16_9/16_9_0/IMAGE_1719422716.jpg)
Mohan charan majhi
ଆସନ୍ତା ରବିବାର ଦିନ ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।
Advertisment
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ବିଜେପି ନେତା ମାନେ ସମ୍ବର୍ଦ୍ଧନା ସଭାର ପ୍ରସ୍ତୁତି ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚି ତଦାରଖ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
