ଆଳିରେ ବିଜେପିର ବିରାଟ୍ ରୋଡ୍ ସୋ

କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅନ୍ୟଦଳ ଛାଡ଼ି ଶତାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପିର ରୋଡ୍ ସୋ

  • Published: Thursday, 09 May 2024
  • , Updated: 09 May 2024, 10:47 PM IST

କେନ୍ଦ୍ରାପଡ଼ା ଆଳିରେ ବିଜେପିର ବିରାଟ୍ ରୋଡ୍ ସୋ। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ବିଶାଳ ବାଇକ ଶୋଭାଯାତ୍ରା କରି ଆଜି ଭୋଟ୍ ଭିକ୍ଷା କରିଛନ୍ତି।

ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ବାହାରି ସିଦ୍ଧବାଲିରେ ପହଞ୍ଚିଥିଲା। ଅଙ୍ଗାରକ୍ଷ, ମହନପୁର, ବାଟିପଡ଼ା, ଠାକୁରସାହି, ସାନମଙ୍ଗ, ପାଞ୍ଚକପଡ଼ା, କୁଳସାହି, ରାଇଁଲୋ ଆଦି ୬ଟି ପଞ୍ଚାୟତର ୧୭ କିଲୋମିଟର ଯାଏଁ କରାଯାଇଥିଲା ଶୋଭାଯାତ୍ରା। ଏହି ରୋଡ୍ ସୋ’ରେ ବହୁ ସମର୍ଥକ, କର୍ମୀ ଓ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ।

ରୋଡ ସୋ ପରେ କେନ୍ଦ୍ରାପଡ଼ା ଆଳି ସିଙ୍ଗିରିରେ ଆୟୋଜିତ ହୋଇଥିଲା ବିଜେପିର ମିଶ୍ରଣ ପର୍ବ। କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅନ୍ୟଦଳ ଛାଡ଼ି ଶତାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

Related story