Advertisment

ଇନ୍ଦିରା ଗାନ୍ଧିଙ୍କୁ ଭାରତର ମା’ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

କେରଳର ପୁନକୁନ୍ନାମରେ ଥିବା କରୁଣାକରନଙ୍କ ସ୍ମାରକୀ ମୁରଲୀ ମନ୍ଦିରମ ଭ୍ରମଣରେ ଯାଇଥିଲେ ସୁରେଶ।

author-image
Hemant Lenka
Suresh Gopi

Suresh Gopi

ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ ଇନ୍ଦିରା ଗାନ୍ଧିଙ୍କୁ ଭାରତର ମା’ ବୋଲି କହିବା ସହ ଦିବଂଗତ କଂଗ୍ରେସ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କୁ ସାହାସି ପ୍ରଶାସକ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ କରୁଣାକରନ ଓ ବାମପନ୍ଥୀ ଭେଟରାନ ଇକେ ନୟାନରଙ୍କୁ ସେ ନିଜର ରାଜନୀତିକ ଗୁରୁ ଭାବେ ମଧ୍ୟ ଅବିହିତ କରିଛନ୍ତି।

Advertisment

କେରଳର ପୁନକୁନ୍ନାମରେ ଥିବା କରୁଣାକରନଙ୍କ ସ୍ମାରକୀ ମୁରଲୀ ମନ୍ଦିରମ ଭ୍ରମଣରେ ଯାଇଥିଲେ ସୁରେଶ। ଏହି ସମୟରେ ସେ କଂଗ୍ରେସ ଭେଟରାନ ଓ ବାମପନ୍ଥୀ ନେତାଙ୍କ ସମ୍ପର୍କରେ ଏପରି ବୟାନ ଦେଇଛନ୍ତି।

କୌତହଲର ବିଷୟ ହେଉଛି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସୁରେଶ ଗୋପୀ ଥ୍ରୀସୁର ଆସନରୁ ଜିତିଛନ୍ତି। ଏଠାରେ କରୁଣାକରନଙ୍କ ପୁଅ ତଥା କଂଗ୍ରେସ ନେତା କେ ମୁରଲୀଧରନ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ମୁରଲୀଧରନଙ୍କୁ ହରାଇଥିବା ସୁରେଶ ତାଙ୍କ ବାପା କରୁଣାକରନଙ୍କୁ ପ୍ରଶଂସା କରିଛନ୍ତି।

Advertisment

ସେ କରୁଣାକରନ ସ୍ମାରକୀ ଭ୍ରମଣରେ ଆସିଥିଲେ ମଧ୍ୟ ଏହାକୁ ଗଣମାଧ୍ୟମ କୌଣସି ରାଜନୀତିକ ଦୃଷ୍ଟିକୋଣରୁ ନ ଦେଖିବା ଦରକାର। ସେ ତାଙ୍କ ରାଜନୀତିକ ଗୁରୁଙ୍କୁ ସମ୍ମାନ ଜଣାଇ ଏଠାକୁ ଆସିଥିବା କହିଛନ୍ତି।

ବାମପନ୍ଥୀ ଭେଟରାନ ଇକେ ନୟାନର ଓ ତାଙ୍କ ପତ୍ନୀ ସାରଦାଙ୍କ ଭଳି କରୁଣାକରନ ଓ ତାଙ୍କ ପତ୍ନୀ କଲ୍ୟାଣୀକୁଟ୍ଟେଙ୍କ ସହ ମଧ୍ୟ ସୁରେଶ ଗୋପୀଙ୍କ ଭଲ ସମ୍ପର୍କ ରହିଥିଲା। ଜୁନ ୧୨ରେ ସେ କନ୍ନୁର ଠାରେ ଥିବା ନୟାନରଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ସୁରେଶ ଗୋପୀ କହିଛନ୍ତି ଯେ ସେ ସବୁବେଳେ ଇନ୍ଦିରା ଗାନ୍ଧିଙ୍କୁ ଭାରତର ମା’ ଭାବେ ଚିତ୍ରଣ କରି ଆସିଛନ୍ତି। ତାଙ୍କ ପାଇଁ କରୁଣାକରନ କେରଳରେ କଂଗ୍ରେସ ପାର୍ଟିର ବାପା।

ବିଜେପି ପ୍ରଥମଥର ପାଇଁ କେରଳରେ ଖାତା ଖୋଲିବାକୁ ସକ୍ଷମ ହୋଇଥିବା ବେଳେ ସୁରେଶ ଗୋପୀ ଥ୍ରୀସୁର ଆସନରୁ ଜିତିଛନ୍ତି।

Bjp Congress Suresh Gopi