KS Eshwarappa
କର୍ଣ୍ଣାଟକା ବିଜେପି ଆଜି ବିଦ୍ରୋହୀ ନେତା କେଏସ ଈଶ୍ୱରପ୍ପାଙ୍କୁ ଦଳ ନିଲମ୍ବିତ କରିଛି। ସେ ଦଳ ବିରୋଧରେ ଯାଇ ଶିବମୋଗାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।
ଈଶ୍ୱରପ୍ପା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଭାବେ ଏକଦା କାମ କରିଥିଲେ। ଦଳ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “କେଏସ୍ ଈଶ୍ୱରପ୍ପାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ସେ ବିଜେପିର ପ୍ରୋଟକଲ ବିରୋଧରେ ଯାଇଛନ୍ତି ଓ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ଦଳ ପ୍ରତି ଅସମ୍ମାନ।”
କିଛି ଦିନ ତଳେ ଈଶ୍ୱରପ୍ପା ଖୋଲାଖୋଲି ଭାବେ ବିଜେପି ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେ ଦଳ ସହ ଆଉ ନାହାନ୍ତି ଓ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡରନ୍ତି ନାହିଁ ବୋଲି କହିଥିଲେ।
ପ୍ରକୃତରେ ଈଶ୍ୱରପ୍ପା ତାଙ୍କ ପୁଅ ହାଭେରୀରୁ ବିଜେପି ଟିକେଟ ପାଆନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ ଦଳ ତାଙ୍କ ପୁଅକୁ ଟିକେଟ ଦେଇ ନଥିଲା। କର୍ଣ୍ଣାଟକା ବିଜେପି ମୁଖ୍ୟ ବି ବିଜୟେନ୍ଦ୍ର ଓ ତାଙ୍କ ବାପା ବିଏସ୍ ୟେଦ୍ୟୁରପ୍ପାଙ୍କ ଯୋଗୁ ଈଶ୍ୱରପ୍ପାଙ୍କ ପୁଅ କେଇ କାନତେଶଙ୍କୁ ଟିକେଟ ମିଳି ନଥିବା ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1713800240.jpg)