ୱାର୍ଡମେମ୍ବର ଜିତିନଥିବା ପାଣ୍ଡିଆନ ଏବେ ନିଜକୁ ଓଡ଼ିଶାର ସର୍ବେସର୍ବା ବୋଲି ଭାବିଲେଣି: ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପିଲାମାନଙ୍କ ପାଇଁ ଓଡ଼ିଆରେ ଗୋଟିଏ ଗପ ଅଛି ‘ମା ବେଙ୍ଗର ପେଟ ଫୁଲା’ କାହାଣୀ ।

ବିଜେପି ପତାକା

  • Published: Saturday, 04 May 2024
  • , Updated: 04 May 2024, 10:54 PM IST

ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କୁ ଆଜି ବିଜେପି ସିଧାସଳଖ କଡ଼ା ସମାଲୋଚନା କରିଛି । ୱାର୍ଡମେମ୍ବର ଜିତିନଥିବା ପାଣ୍ଡିଆନ ଏବେ ନିଜକୁ ଓଡ଼ିଶାର ସର୍ବେସର୍ବା ଭାବୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପିଲାମାନଙ୍କ ପାଇଁ ଓଡ଼ିଆରେ ଗୋଟିଏ ଗପ ଅଛି ‘ମା ବେଙ୍ଗର ପେଟ ଫୁଲା’ କାହାଣୀ । ନିଜକୁ ସବୁଠାରୁ ବଡ଼ ବୋଲି ଦେଖାଇବାକୁ ଯାଇ ଶେଷରେ ମା’ ବେଙ୍ଗର ଅବସ୍ଥା କ’ଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି । ଠିକ ସେହିଭଳି ଭିକେ ପାଣ୍ଡିଆନ ଏବେ ନିଜକୁ ବଡ ଦେଖାଇବାକୁ ଯାଇ ନିଜର ହିତାହିତ ଜ୍ଞାନ ହରାଇ ବସିଛନ୍ତି । ବିଶେଷ ଭାବରେ ଗତକାଲି ସୁଜାତା କାର୍ତିକେୟନଙ୍କ ବଦଳି ଆଦେଶ ପରେ ସେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଯାଇଛନ୍ତ । ଓଡ଼ିଶାରେ କ’ଣ ବିକାଶ ହୋଇଛି ତାହା ଜଣେ ଓଡ଼ିଆ ଭାବରେ ପଚାରିବା ପାଇଁ ସାରା ଓଡ଼ିଶାବାସୀଙ୍କର ଅଧିକାର ରହିଛି । କିନ୍ତୁ ସେ ଆମ ପ୍ରଶ୍ନର ଉତ୍ତର ନଦେଇ ଓଲଟି ଓଡ଼ିଶାବାସୀଙ୍କୁ ଓଲୁ ବନାଇବାର ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ସେ କହିଛନ୍ତି ଯେ, ଜୀବନରେ କେବେ ଓାର୍ଡ ମେମ୍ବର ଜିତିନଥିବା ପାଣ୍ଡିଆନ ବାବୁ ଏବେ ବିଜେଡିର ବିଧାୟକ ଓ ସାଂସଦମାନଙ୍କ ପାଇଁ ପ୍ରଚାର କରିବା ପାଇଁ ବାହାରିବା ହିଁ ଦର୍ଶାଉଛି ଯେ ସେ ଏହା ଭିତରେ ସେ ନିଜକୁ ଓଡ଼ିଶାର ସର୍ବେସର୍ବା ବୋଲି ଭାବିଲେଣି । ଓଡ଼ିଶାର ଦାୟିତ୍ୱ ଓଡ଼ିଆ ଲୋକେ ନେବେ। ଆଉ ଓଡ଼ିଶାରେ ଅଫିସରରାଜ ଚାଲିବ ନାହିଁ କି ଅଣଓଡ଼ିଆରାଜ ଚାଲିବ ନାହିଁ । ୨୪ ବର୍ଷର ଶାସନରେ ୧ କୋଟି ଲୋକ ଦାଦନ ଯିବା, ୬ ହଜାର ଗାଁକୁ ରାସ୍ତା ନଥିବା, ଲୋକଙ୍କ ପାଖରେ ଶୁଦ୍ଧ ପିଇବା ପାଣି ନପହିଂଚିବା, ଓଡ଼ିଶାର ଚାଷୀ ଦେଶର ସବୁଠାରୁ ଗରିବ ଚାଷୀର ମାନ୍ୟତା ପାଇବା କେଉଁ ବିକାଶର ମାପଦଣ୍ଡ ବୋଲି ସେ ପ୍ରଶ୍ନ କରିଛନ୍ତି ।

ତା’ଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ କଣ କରିଛନ୍ତି ତାହା ଓଡ଼ିଶାବାସୀ ଜାଣନ୍ତି । ସେଥିପାଇଁ ପାଣ୍ଡିଆନ ବାବୁଙ୍କର ସାର୍ଟିଫିକେଟ ଦରକାର ନାହିଁ । ଓଡ଼ିଆ ଅସ୍ମିତାକୁ ଦିଲ୍ଲୀ ଦରବାରରେ ସ୍ଥାନ ଦେବା, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଓଡ଼ିଶାକୁ ଆଣିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Related story