BJP
ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।
Advertisment
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଞ୍ଚିତ ଅଛନ୍ତି।
ଏଥର ଓଡ଼ିଶାବାସୀ ମନ ବଳେଇଛନ୍ତି ପଦ୍ମ ଫୁଲକୁ ଜିତାଇବେ, ମୋଦିଜୀଙ୍କୁ ସଫଳ କରେଇବେ ଓ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଲଗେଇ ମୋଦି ସରକାରଙ୍କ ସମସ୍ତ ଯୋଜନାକୁ ଲାଗୁ କରିବେ ବୋଲି ବୈଜୟନ୍ତ କହିଛନ୍ତି। ପୁରୀ ଗସ୍ତ ବେଳେ ବୈଜୟନ୍ତଙ୍କ ସାଙ୍ଗରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
