ପଦ୍ମ ଧରିଲେ କାରଖାନା ଭାଉଜ

  • Published: Monday, 15 April 2024
  • , Updated: 15 April 2024, 07:24 PM IST

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା। ତାଙ୍କ ମା’ ରାଜନୀତିରେ ଜଡ଼ିତ ଥିଲେ। କିନ୍ତୁ ସେ କୌଣସି ଦଳରେ ନଥିଲେ। ଆଜି ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ ହୋଇଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

 

Related story