Advertisment

ବିଜେପି ଛାଡ଼ିଲେ ବରିଷ୍ଠ କୁଡୁମୀ ନେତା ଛଟେଲାଲ ମହାନ୍ତ

ଛଟେଲାଲ ମହାନ୍ତ ୧୯୮୪ ମସିହାରେ ଆର୍‌ଏସ୍‌ଏସ୍‌ରେ ଯୋଗଦେଇଥିଲେ। ଏହା ପରେ ସେ ୧୯୮୭ ମସିହାରେ ଆରଏସଏସର ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ୧୯୯୬ ମସିହାରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ବିଜେପି ଛାଡ଼ିଲେ ବରିଷ୍ଠ ନେତା ଛଟେଲାଲ ମହାନ୍ତ। ସେ ଆଜି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫାପତ୍ର ସେ ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଛଟେଲାଲ ମହାନ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ଜଣାଶୁଣା କୁଡୁମୀ ନେତା।

Advertisment

ଛଟେଲାଲ ମହାନ୍ତ ୧୯୮୪ ମସିହାରେ ଆର୍‌ଏସ୍‌ଏସ୍‌ରେ ଯୋଗଦେଇଥିଲେ। ଏହା ପରେ ସେ ୧୯୮୭ ମସିହାରେ ଆରଏସଏସର ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ୧୯୯୬ ମସିହାରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ୨୦୦୪ ମସିହାରୁ ବିଜେପିର ରାଜ୍ୟ ରାଜନୈତିକ ପଦ ପଦବୀରେ କାର୍ଯ୍ୟ କରି ଆସୁଥିଲେ।

ତେବେ ଚଳିତ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଛଟେଲାଲ ମହାନ୍ତ ଅସନ୍ତୋଷ ପ୍ରକଟ କରିଥିଲେ। ବିଜେପିର ଲୋକସଭା ପ୍ରାର୍ଥୀ ଓ ବାରିପଦା, ଉଦଳା, ମୋରଡାର ବିଧାନସଭା ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। ଏ ନେଇ ସେ ରାଜ୍ୟ ନେତୃମଣ୍ଡଳୀଙ୍କୁ ଜଣାଇଥିଲେ। ଛୋଟେଲାଲ କହିଛନ୍ତି, ବିଜେପି ଯେଉଁ ସବୁ ପ୍ରାର୍ଥୀ ଚୟନ କରିଛି, ସେମାନେ ସମସ୍ତେ ଲୋକଙ୍କଠାରୁ ବହୁ ଦୂରରେ। ଦଳ ଭିତରେ ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଆରମ୍ଭ ହୋଇଛି।

Advertisment

ପ୍ରାର୍ଥୀ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟ ନେତୃମଣ୍ଡଳୀ ଦାୟୀ ବୋଲି ଛଟେଲାଲ ମହାନ୍ତ ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନରେ ବିଜେପି ମୟୂରଭଞ୍ଜ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିବ। ଏହା ସହ ବିଜେପି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା କୁଡୁମୀ ଜାତିର ଲୋକଙ୍କୁ ଅଣଦେଖା କରିଛି ବୋଲି ଛଟେଲାଲ ମହାନ୍ତ ଅଭିଯୋଗ କରିଛନ୍ତି।

ରିପୋର୍ଟ-ବାରିପଦାରୁ ମାନିକ୍‌ ଲାଲ ପାଣି

Bjp Baripada