Advertisment

ଆଦିତ୍ୟଙ୍କ ଦାବି- ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି

ଏନ୍‌ସିପି ନେତା ଅଜିତ ପାୱାର ସାମିଲ ହେବା ପରେ ମହାରାଷ୍ଟ୍ର ସରକାରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି।

author-image
Jitendra Garnayak
Eknath Shinde

Eknath Shinde

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଶନିବାର ଦାବି କରିଛନ୍ତି ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ।

Advertisment

ସେ କହିଛନ୍ତି, ଏନ୍‌ସିପି ନେତା ଅଜିତ ପାୱାର ସାମିଲ ହେବା ପରେ ମହାରାଷ୍ଟ୍ର ସରକାରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି। ମୁଁ ତ ଏହା ବି ଶୁଣିବାକୁ ପାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି।

ଆଦିତ୍ୟ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ଏବେ ଅତି ନିମ୍ନ ସ୍ତରର ରାଜନୀତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ବିପଦରେ ରହିଛି। ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁ ନାହିଁ। ଏବେ ସେହି ଧୋକାବାଜମାନଙ୍କର କ’ଣ ହେବ, ଯେଉଁମାନେ ଲୋଭରେ ବର୍ଷେ ତଳେ ସେମାନଙ୍କ ମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ? ମହା ବିକାଶ ଅଘାଡ଼ି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆମେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ସରକାର ବିରୋଧରେ ଲଢ଼େଇ କରିବୁ। ଏହି ସରକାରରେ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅଛନ୍ତି। ସେମାନେ କେବଳ ଦଳ ଭାଙ୍ଗିବା କାର୍ଯ୍ୟ କରୁଛନ୍ତି।

Advertisment

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି, ଆମେ କୌଣସି ଦଳକୁ ଭାଙ୍ଗୁ ନାହଁ। ଯଦି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ ରଖି ଆମ ଦଳରେ ମିଶିବାକୁ ଚାହେଁ, ଆମେ ତାଙ୍କୁ ସ୍ୱାଗତ କରୁ।

ଏନ୍‌ସିପି ନେତା ଅଜିତ ପାୱାର ଗତ ୨ ତାରିଖରେ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ଦଳର ଆଉ ୯ ଜଣ ବିଧାୟକ ମଧ୍ୟ ସରକାରରେ ସାମିଲ ହୋଇଥିଲେ।

Bjp Shiv Sena Eknath Sinde