Advertisment

କଳିଙ୍ଗନଗରରେ ୧.୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ୩୬ହଜାର ନୂଆ ନିଯୁକ୍ତି ସମ୍ଭାବନା

‘ଆଜିର ଏହି କାର୍ଯ୍ୟକ୍ରମ କେବଳ ଶିଳାନ୍ୟାସ ଉଦଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ  ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଏକ ସଂଖ୍ୟା ନୁହେଁ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି ।’

author-image
Ordigital Desk
CM Mohan Charan Majhi

CM Mohan Charan Majhi

ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ୧.୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ଭେଟିଦେବା ସହ ପ୍ରାୟ ୩୬ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଥିବା ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମରେ ୬୬ହଜାର କୋଟି ଟଙ୍କାର ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୯ ହଜାର କୋଟି ଟଙ୍କାର ୪ଟି ନୂତନ ପ୍ରକଳ୍ପର ଉଦଘାଟନ କରାଯାଇଛି । 

Advertisment

ସମୃଦ୍ଧ ଓଡ଼ିଶା ନିର୍ମାଣର ଶୁଭାରମ୍ଭ: ମୁଖ୍ୟମନ୍ତ୍ରୀ

ଆଜିର ଏହି କାର୍ଯ୍ୟକ୍ରମ କେବଳ ଶିଳାନ୍ୟାସ ଉଦଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ  ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଏକ ସଂଖ୍ୟା ନୁହେଁ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି ।  ଆଜି କଳିଙ୍ଗ ନଗର ଠାରେ ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା । ଏହା ସମ୍ଭବ ହୋଇଛି, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ । ଆଜି ଆମ ସରକାର ନିଜର ଦୃଢ ଇଚ୍ଛା ଶକ୍ତିର ନିଦର୍ଶନ ଦେଖାଇଛନ୍ତି । ମାତ୍ର ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି । ଆଜି ଏହି ଯେଉଁ ସବୁ ପ୍ରକଳ୍ପ ଆପଣମାନଙ୍କ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏହି ସମସ୍ତ ପ୍ରକଳ୍ପର ମେକ ୍‌ଇନ ଓଡିଶା କନକ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରକଳ୍ପ ସବୁ ମାଧ୍ୟମରେ ଲକ୍ଷାଧିକ ଓଡ଼ିଆ ଯୁବକ ଓ ଯୁବତୀ ନିଜ ରାଜ୍ୟର ମାଟିରେ ନିଜ ସ୍ୱପ୍ନ ପୂରଣ କରିପାରିବେ । ଏହା କେବଳ ଚାକିରି ନୁହେଁ, ଯୁବବର୍ଗଙ୍କ ପାଇଁ ଏହା ସ୍ୱାଭିମାନ, ଏହା ନୂଆ ଓଡ଼ିଶାର ନୂଆ ପରିଚୟ । ଏହା ସମୃଦ୍ଧ ଓଡିଶାର ଅୟମାରମ୍ଭ । ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ  ପାଇଥିଲୁ । ଆଉ ଆଜି, ବାସ୍ତବତା ଭୂମିରେ ଦୃଶ୍ୟମାନ ହେଉଛି ଯେ ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି ।

ଶିଳ୍ପ ସମୃଦ୍ଧିର ପ୍ରତୀକ କଳିଙ୍ଗନଗର

ଏହି ଅବସରରେ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସାଥି କରି ଆମ ସରକାର କାର୍ଯ୍ୟ କରୁଛି ଏବଂ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି । ଶିଳ୍ପର ବିକାଶ ଆମ ପ୍ରଥମ ଉଦେ୍‌ଦଶ୍ୟ ଥିଲା ଆଉ ସେହି ଉଦେ୍‌ଦଶ୍ୟ କୁ ଆମ ସରକାର ସଫଳ କରୁଛନ୍ତି ବୋଲି ସେ କହିଥିଲେ । ସେହିପରି ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ରାଜ୍ୟର ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି ଏବଂ ଯୁବଶକ୍ତିର ବିକାଶ ପାଇଁ ରୋଜଗାର ଆବଶ୍ୟକ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଆମ ସରକାରଙ୍କ ଉଦ୍ୟମ ସଫଳ ହେଉଛି । ଶିଳ୍ପର ବିକାଶ ହେଉଛି ଏବଂ ଏହା ଦ୍ୱାରା ଆମ ରାଜ୍ୟର ବିକାଶ ହେଉଛି ।

Advertisment

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶଦାସ ନାୟକ, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖଙ୍କ ସମେତ ଟାଟା ଷ୍ଟିଲ୍ ସିଇଓ  ଟି.ଭି. ନରେନ୍ଦ୍ରନ, ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପପତି ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।