Advertisment

ଜଗତସିଂହପୁର ଓ ଢେଙ୍କାନାଳରେ ତୀବ୍ର ହେଉଛି BJD ଗୋଷ୍ଠୀ କନ୍ଦଳ

ତୀବ୍ର ହେଉଛି ଜଗତସିଂହପୁର ବିଜେଡି କନ୍ଦଳ। ଗୋଟିଏ ଗୋଷ୍ଠୀର କର୍ମୀ ସମ୍ମିଳନୀର କାଉଣ୍ଟରରେ ଅପର ଗୋଷ୍ଠୀ ପ୍ରେସମିଟ୍‌ କରିଛନ୍ତି। ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି ବାନ୍ଧି ପ୍ରବଳ ବିରୋଧ ଜାରି ରଖିଛନ୍ତି ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ।

BJD

BJD

Advertisment

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବା ବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇ ଦେଇଛି। ଢୋଲ-ମୂଷା ଆକ୍ଷେପ ପ୍ରତି ଆକ୍ଷେପକୁ ନେଇ ଜଗତସିଂହପୁର ପାରାଦୀପରେ ତ କେହି କାହାରିକୁ ଶୁଣିବା ସ୍ଥିତିରେ ନାହାଁନ୍ତି। ଢେଙ୍କାନାଳରେ ମଧ୍ୟ ସମାନ ଅବସ୍ଥା।

Advertisment

ତୀବ୍ର ହେଉଛି ଜଗତସିଂହପୁର ବିଜେଡି କନ୍ଦଳ। ଗୋଟିଏ ଗୋଷ୍ଠୀର କର୍ମୀ ସମ୍ମିଳନୀର କାଉଣ୍ଟରରେ ଅପର ଗୋଷ୍ଠୀ ପ୍ରେସମିଟ୍‌ କରିଛନ୍ତି। ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି ବାନ୍ଧି ପ୍ରବଳ ବିରୋଧ ଜାରି ରଖିଛନ୍ତି ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ। ଦୁଇ ଦିନ ତଳେ ସାଙ୍ଗଠନିକ ବୈଠକ ଡାକି ସମ୍ବିତଙ୍କ ବିରୋଧରେ ସ୍ୱରକୁ ଶାଣିତ କରିଛନ୍ତି ବସନ୍ତ। ସେ କହିଛନ୍ତି, ସମ୍ବିତ ନିଜେ ବାପି ସର୍ଖେଲଙ୍କ ପରି ବଡ଼ ମୂଷାକୁ ଦଳକୁ ଆଣି ଢୋଲ ଫଟାଇ ଏବେ ଢୋଲ ଭିତରେ ମୂଷା ଉପାଖ୍ୟାନ ଶୁଣାଉଛନ୍ତି।

ବିଜେଡିରେ ବଢୁଥିବା କନ୍ଦଳରେ ବ୍ରେକ୍‌ ଦେବାକୁ ଶୁକ୍ରବାର ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାର ବଡ଼ ବଡ଼ ନେତାଙ୍କୁ ଡାକି ବୈଠକ କରିଥିଲେ। ମିଳିମିଶି ଦଳ ପାଇଁ କାମ କରିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ହେଲେ ନବୀନଙ୍କ ମନ୍ତ୍ର ଯେମିତି କିଛି କାଟୁ କଲାନି। ଆଜି ସମ୍ବିତଙ୍କ ସମର୍ଥକ ପାରାଦୀପରେ ସାମ୍ବାଦିକ ସମ୍ମିଳନୀ କରି ବସନ୍ତ ବିଶ୍ୱାଳ ଓ ସମର୍ଥକଙ୍କ ବିରୋଧରେ ବର୍ଷି ସେମାନଙ୍କ ବହିଷ୍କାର ଦାବି କରିଥିଲେ। ଘର କଳି ଦାଣ୍ଡରେ ଗଡୁଥିବା ବେଳେ ବିଜେଡି କିନ୍ତୁ କହିଛି ବଡ ଦଳରେ ମତାନ୍ତର ସ୍ୱାଭାବିକ କଥା। ଆମେ କିନ୍ତୁ ଏକ ଅଛୁ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି।

Advertisment

ଜଗତସିଂହପୁର ପରି ଢେଙ୍କାନାଳରେ ସମାନ ସ୍ଥିତି। ଦଳ ଏଠାରେ ବଡ ନେତାଙ୍କୁ ହରାଇଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ କେବଳ ତାଳଚେରରୁ ବ୍ରଜ ପ୍ରଧାନ ବିଜେଡିରୁ ଜିତିଥିବା ବେଳେ ବାକି ୬ଟି ନିର୍ବାଚନମଣ୍ଡଳୀ ବିଜେପି ଖାତାକୁ ଯାଇଛି। ଯେଉଁଥିପାଇଁ ନିର୍ବାଚନ ପରେ ବିଜେଡି ଗୋଷ୍ଠୀ କନ୍ଦଳ ବଢିଛି। ଗତଥରର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ କାଟି ଦଳ ମହେଶ ସାହୁଙ୍କୁ ଟିକେଟ ଦେଇଥିଲା। ସୀମାରାଣୀ ବିଜେପି ଟିକେଟରେ ଲଢି ମହେଶଙ୍କୁ ପରାସ୍ତ କରିଥିଲେ। ତେଣୁ ବିଜେଡିକୁ ଏଠି ମଧ୍ୟ ବଡ଼ ଝଟକା ଲାଗିଛି। ଯେଉଁଥିପାଇଁ ଶୁକ୍ରବାର ନବୀନ ପଟ୍ଟନାୟକ ଭୁବନ ବ୍ଲକ୍‌ ଓ ଏନ୍ଏସି ଏବଂ ହିନ୍ଦୋଳ ଏନ୍ଏସି ନେତା ଓ କର୍ମୀଙ୍କୁ ଭେଟିଛନ୍ତି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe