/odisha-reporter/media/post_attachments/uploadimage/library/16_9/16_9_0/Congress_1707049889.jpg)
Congress
କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନ୍ଲାଇନ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ଆଜିଠାରୁ ୧୧ ଫେବୃଆରୀ ଯାଏ ଆଶାୟୀ ମାନେ www.pragaman.in ରେ ଅନ୍ଲାଇନ ଯୋଗେ ଆବେଦନ କରିପାରିବେ।
Advertisment
ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ। ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ। ତେବେ ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ ଲଞ୍ଚ କରିଛନ୍ତି ପ୍ରଭାରୀ ଅଜୟ କୁମାର। ସାମ୍ବାଦିକ ସମ୍ମିଳନୀରେ ୱେବ୍ସାଇଟ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର।
ଆଗାମୀ ୨୪ ନିର୍ବାଚନରେ ଟିକେଟ ବଣ୍ଟନରେ ସ୍ୱଚ୍ଛତା ପାଇଁ ପ୍ରଗମନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
