/odisha-reporter/media/post_attachments/uploadimage/library/16_9/16_9_0/BJP_1712333061.jpg)
BJP
ଅସନ୍ତୁଷ୍ଟ ନେତାମାନଙ୍କ ଦଳଡ଼ିଆଁ ପର୍ବ ଜୋର ଧରିଛି। ବିଜେଡିର ବରିଷ୍ଠ ନେତ୍ରୀ ସୁଶ୍ରୀ ଆରତୀ ଦେବୀଙ୍କ ସମେତ ପ୍ରଦେଶ ଯୁବକଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀ, ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ, କଂଗ୍ରେସ ଓବିସି ମୋର୍ଚ୍ଚା ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଆଦିଙ୍କ ସମେତ ବହୁ କଂଗ୍ରେସ ନେତା ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଆଜି ବିଜେପିରେ ସାମିଲ ହୋଇଛି।
ରାଜ୍ୟ କାର୍ଯ୍ୟାଳୟରେ ଆଜି ପର୍ଯ୍ୟାୟକ୍ରମେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଓ ଦଳର ବରିଷ୍ଠ ନେତାମାନେ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ କଂଗ୍ରେସ ଓ ବିଜେଡିରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ଜିଲ୍ଲା ବିଜେଡି ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ବୁଗୁଡ଼ା ବ୍ଲକ ବିଜେଡି ଉପସଭାପତି ସୁନୀଲ କୁମାର ପାଢ଼ୀ, ବିକ୍ରମ ବୀର ବିକ୍ରମାଦିତ୍ୟ ଆରୁଖ, ଧୋବା ପ୍ରଧାନ, ବବୁଲ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ମହେନ୍ଦ୍ର ପ୍ରସାଦ, ବସନ୍ତ କୁମାର ସାମଲ, ପଦ୍ମଚରଣ ଜେନା, ପବିତ୍ର କୁମାର ନାୟକ, ଲିଙ୍ଗରାଜ ସ୍ୱାଇଁ, ସିମାଚଂଳ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେନାପତି, ସମିର ନାହାକ, ନାରାୟଣ ଦାସ, ସନ୍ତୋଷ କୁମାର ପୋଲାଇ, ବିଚିତ୍ର ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ହରିହର ପ୍ରଧାନ, ସନ୍ତୋଷ କୁମାର ଭୋଳ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ସେହିପରି ପ୍ରଦେଶ ଯୁବକଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀ ଓ ପ୍ରଦେଶ କଂଗ୍ରେସର ରାଜ୍ୟ ଉପସଭାପତି ବିଶ୍ୱଭୂଷଣ ଦାସ ଆଜି ନିଜର ଶତାଧିକ ସମର୍ଥକ ଓ କର୍ମୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଶ୍ୱଭୂଷଣ ଦାସ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ କାକଟପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଶ୍ୱଭୂଷଣଙ୍କ ସହ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ତପନ କୁମାର କାପ୍ତି, ଯୁବ କଂଗ୍ରେସ ନେତା ଇରାକ ମହାପାତ୍ର, ପାର୍ଥସାରଥୀ ଖୁଂଟିଆ, ପ୍ରତାପ ଖୁଂଟିଆ ବିଚିତ୍ରାନନ୍ଦ ଦାଶ, ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ଭୋଳ, ଅରକ୍ଷିତ କାଣ୍ଡି, ନିକେଶ ରଂଜନ ନାୟକ, ମାନସ କାଣ୍ଡି ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।
ସେହିପରି କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ, କଂଗ୍ରେସ ନେତ୍ରୀ ତିଳୋତ୍ତମା ପରିଡ଼ା, ପୁଷ୍ପରାଣୀ ନାୟକ, ସୁଶାନ୍ତ ନାୟକ, ସତ୍ୟଜିତ୍ ପ୍ରଧାନ, ପ୍ରସାଦ ମୁନି, ଜୟନ୍ତ ବାରିକ, ସମୀର ନାହାକ, କାହ୍ନା ନାହାକ, ଅମର ନାହାକ, ପବିତ୍ର ରାଉତ, ଟୁକୁନା ଗୌଡ଼, ରବିନ୍ଦ୍ର ସାମଲ, ରଞ୍ଜନ ଖଟେଇ, ରାଜୀବ ନାହାକ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।
ଅନ୍ୟ ଦଳରୁ ଆସିଥିବା ସମସ୍ତ ନେତା ଓ କର୍ମୀଙ୍କୁ ମୋବାଇଲ ଫୋନ୍ ନମ୍ବର ୮୯୮୦୮୦୮୦୮୦କୁ ଡାଏଲ କରି ସଦସ୍ୟତା ଗ୍ରହଣ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ପରାମର୍ଶ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସମେତ ସ୍ଥାନୀୟ ଅଂଚଳର ନେତାମାନେ ବି ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
