ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣି ଘେରିଲା କଂଗ୍ରେସ

ଦୁର୍ନୀତିରେ ଖୋଦ ମେୟର ଓ କମିଶନରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହ ଜଣେ ଅବସରପ୍ରାପ୍ତ ବିଚାରପତି ଏହାକୁ ତଦନ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଶୋଭାଯାତ୍ରାରେ ଯାଉଛନ୍ତି ବିଧାୟକ ଓ ତାଙ୍କ ସାଥୀ

  • Published: Tuesday, 19 December 2023
  • , Updated: 19 December 2023, 09:49 PM IST

କଟକ ବାଲିଯାତ୍ରା ଦୁର୍ନୀତି ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ବାଲିଯାତ୍ରାରେ ୮କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ସିଏମସି ସମ୍ମୁଖରେ ପ୍ରତିବାଦ କରିଛି କଂଗ୍ରେସ। ବାଲିଯାତ୍ରାରେ ସ୍ୱାଗତ ତୋରଣ, ଲେଜର ସୋ, ଏସି ହ୍ୟାଙ୍ଗର, ଆତଶବାଜି ଓ ପ୍ରଜ୍ଞାପନ ରଥ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଦଳ।

ଦୁର୍ନୀତିରେ ଖୋଦ ମେୟର ଓ କମିଶନରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହ ଜଣେ ଅବସରପ୍ରାପ୍ତ ବିଚାରପତି ଏହାକୁ ତଦନ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏଥିସହ ମେୟରଙ୍କ ଇସ୍ତଫା ଓ କମିଶନରଙ୍କ ବଦଳିଦାବି ଦାବି କରିଛି କଂଗ୍ରେସ। ଏହି ବିକ୍ଷୋଭରେ ବିଧାୟକ ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସ କର୍ପୋରେଟର ଓ ଶହ ଶହ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ୨୭ ତାରିଖ ସୁଦ୍ଧା ତଦନ୍ତ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବା ସହ ପ୍ରତି ୱାର୍ଡରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଦୁର୍ନୀତି ସମ୍ପର୍କରେ ଅବଗତ କରିବ ବୋଲି ଦଳ କହିଛି।

Related story