Advertisment

ବିଜେପିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଉପାଧ୍ୟକ୍ଷ, ୨ ଦିନ ତଳେ ବିଜେଡି ଛାଡ଼ିଥିଲେ

ବିଜେଡି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ୨ ଦିନ ତଳେ ସେ ଦଳରୁ ଇସ୍ତଫା ଦେଇଥିଲେ।

ଅଦ୍ୟତନ ହୋଇଛି
KC Das

KC Das

Advertisment

ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ଆଜି ବିଜେପିରେ ଯୋଗ ଦେଇଛନ୍ତି।

Advertisment

କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେପିର ସମସ୍ତ ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ ଦାସ ବିଜେପିରେ ଯୋଗ ଦେଇଥିଲେ।

ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏଥିରେ ଯୋଗ ଦେଇଥିବା କହିଛନ୍ତି। ଲୋକଙ୍କ ସରକାରଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିବେ ଏବଂ ଲୋକଙ୍କ ସହିତ ରହିବେ ବୋଲି ସେ କହିଛନ୍ତି।

Advertisment

ବିଜେଡି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ୨ ଦିନ ତଳେ ସେ ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe