ଦଳ ସୁଯୋଗ ଦେଲେ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବି: ଧର୍ମେନ୍ଦ୍ର 

ଶ୍ରୀ ପ୍ରଧାନ କହିଛନ୍ତି ଯେ,ବିଜେପିର ଏଜେଣ୍ଡା ହେଉଛି ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରାଇବା । ନିଜେ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି ।

Dharmendra Pradhan

ଧର୍ମେନ୍ଦ୍ର ପ୍ରଧାନ

Ordigital Desk
  • Published: Friday, 06 October 2023
  • Updated: 06 October 2023, 08:23 PM IST

Sports

Latest News

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବୋଲି ସୂଚନା ଦେଇଛନ୍ତି ।  ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ସୁଯୋଗ ଦେବା ନିମନ୍ତେ ସେ ଦଳକୁ ଅନୁରୋଧ କରିବେ ବୋଲି ଆଜି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ‘ପିଟିଆଇ’କୁ ସୂଚନା ଦେଇଛନ୍ତି । ତେବେ କେଉଁ ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଢେଙ୍କାନାଳରେ ଧର୍ମେନ୍ଦ୍ର ଯେତେ ଲଢ଼ିଲେ ବି ଆଉ ଜିତିବେ ନାହିଁ ବୋଲି ବିଜେଡି କହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ,ବିଜେପିର ଏଜେଣ୍ଡା ହେଉଛି ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରାଇବା । ନିଜେ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି । ଏନେଇ ଦଳକୁ ଅବଗତ କରାଇଛି ଓ ତାଙ୍କୁ ସୁଯୋଗ ଦେବାକୁ ଅନୁରୋଧ କରିଛି । ତେବେ ଧର୍ମେନ୍ଦ୍ର କେଉଁ ଆସନରୁ ଲଢ଼ିବାକୁ ଆଗ୍ରହୀ ତା’ର ସୂଚନା ଦେଇନାହାନ୍ତି ।

ବିଜେପି ସୂତ୍ର ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ଭବତଃ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଆସନ ମଧ୍ୟରୁ ଗୋଟିଏରେ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି । ତାଙ୍କ ଘର ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରେ ହୋଇଥିବାବେଳେ ସମ୍ବଲପୁରରେ ମଧ୍ୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଗତ ୨-୩ବର୍ଷ ଧରି ଏକ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଏହି ଦୁଇ ଲୋକସଭା ମଣ୍ଡଳୀରେ ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରଖି ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ଏବେ ଢେଙ୍କାନାଳ ସିଟ୍ ବିଜେଡି ପାଖରେ ଥିବାବେଳେ ସମ୍ବଲପୁରରେ ବିଜେପିର ସାଂସଦ ଅଛନ୍ତି । ତେବେ ବିଜେପି ସାଂସଦ ନିତେଶ ଗଙ୍ଗଦେବ ଗତ କିଛିମାସ ପୂର୍ବରୁ ଦଳର ସମସ୍ତ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବାରୁ ତାଙ୍କୁ ପୁଣିଥରେ ରିପିଟ୍ କରିବା ସମ୍ଭାବନା କ୍ଷୀଣ ।

Also Read

ଅନ୍ୟପକ୍ଷରେ ଢ଼େଙ୍କାନାଳ ଜିଲ୍ଲାର ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି ଯେ, ଢେଙ୍କାନାଳରେ ଧର୍ମେନ୍ଦ୍ର ଯେତେ ଲଢ଼ିଲେ ବି ଆଉ ଜିତିବେ ନାହିଁ । ନିର୍ବାଚନ ଯିଏବି ଲଢ଼ୁ, ବିଜେଡି ହିଁ ଏଠାରେ ଜିତିବ । ରାଜନୀତିକ ଲଢ଼େଇ ପାଇଁ ୧୦୦% ପ୍ରସ୍ତୁତ ଅଛୁ । ସୁପ୍ରିମୋ ଯାହାକୁ ଟିକେଟ୍ ଦେବେ ସେ ନିର୍ବାଚନ ଲଢ଼ିବ । ଦଳ ସେଥିରେ କ୍ଷମତିଗ୍ରସ୍ତ ହେବ ନାହିଁ । ତାଙ୍କୁ ଟିକେଟ୍ ନମିଳିଲେ ବି ସେ ଦଳରେ ରହିବେ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story