ସମୀର ଦାଶଙ୍କ ସ୍ଥାନରେ ନିମାପଡ଼ା ବିଜେଡିରୁ ଲଢ଼ିବେ ଦିଲ୍ଲୀପ ନାୟକ

  • Published: Thursday, 18 April 2024
  • , Updated: 18 April 2024, 01:42 PM IST

ବିଜେଡି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ। ଉଲ୍ଳେଖଯୋଗ୍ୟ, ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ ବହୁ ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଥିବା ଜଣାଯାଇଛି। ନିମାପଡ଼ା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ଏହାକୁ ନେଇ ଦିଲ୍ଲୀପ ନାୟକ କଣ କହିଛନ୍ତି ଶୁଣନ୍ତୁ। 

Related story