ସମ୍ବେଦନ-ଶାଳୀନତା ଭୁଲିଯାଉଛି କି ବିଜେଡି: ସବୁ ସୀମା ଟପିଲେ ମୁଖପାତ୍ର, ପହଲଗାଁଓ ପୀଡ଼ିତାଙ୍କ ପ୍ରତି ଉପହାସ

ଦଳର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଯାହାକି ବିଜେଡିର ସମ୍ବେଦନହୀନତା ଓ ଦେଶ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହିତ ଯେଉଁମାନେ ଘଟଣାସ୍ଥଳରେ ଉପସ୍ଥିତ ଥାଇ ନିଜ ଆଖି ଆଗରେ ପୁଅ-ସ୍ୱାମୀ ଅବା ସମ୍ପର୍କୀୟଙ୍କ ମୃତ୍ୟୁକୁ ଦେଖିଛନ୍ତି ସେମାନେ କହୁଥିବା କଥାକୁ ମଧ୍ୟ ବିଜେଡି ମୁଖପାତ୍ର ସୁଲତା ଦେଓ ଭୁଲ୍ ପ୍ରମାଣିତ କରାଇବାକୁ ପଛାଇନାହାନ୍ତି ।

Sulata Deo

ବିଜେଡି ସାଂସଦ ସୁଲତା ଦେଓ

Ordigital Desk
  • Published: Saturday, 26 April 2025
  • Updated: 26 April 2025, 05:06 PM IST

Sports

Latest News

କାଶ୍ମୀରର ପହଲଗାଁଓଠାରେ ଆତଙ୍କବାଦୀମାନେ ଅମାନବୀୟ ଭାବେ ୨୬ଜଣଙ୍କୁ ହତ୍ୟା କରିବା ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି । ମାତ୍ର ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ନିଜର ମୁଖପାତ୍ରଙ୍କ ମାଧ୍ୟମରେ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଆତଙ୍କବାଦୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ପ୍ରତ୍ୟକ୍ଷଦର୍ଶୀଙ୍କୁ ଭୁଲ୍ ବୋଲି ପ୍ରମାଣିତ କରିବାକୁ ପ୍ରୟାସ କରିଛି । ଦଳର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଯାହାକି ବିଜେଡିର ସମ୍ବେଦନହୀନତା ଓ ଦେଶ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହିତ ଯେଉଁମାନେ ଘଟଣାସ୍ଥଳରେ ଉପସ୍ଥିତ ଥାଇ ନିଜ ଆଖି ଆଗରେ ପୁଅ-ସ୍ୱାମୀ ଅବା ସମ୍ପର୍କୀୟଙ୍କ ମୃତ୍ୟୁକୁ ଦେଖିଛନ୍ତି ସେମାନେ କହୁଥିବା କଥାକୁ ମଧ୍ୟ ବିଜେଡି ମୁଖପାତ୍ର ସୁଲତା ଦେଓ ଭୁଲ୍ ପ୍ରମାଣିତ କରାଇବାକୁ ପଛାଇନାହାନ୍ତି । ଅବଶ୍ୟ ସୁଲତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବାପରେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଆଗକୁ ଆସି ଏହା ଆମ ସଂସ୍କୃତି ଓ ଶିକ୍ଷା ନୁହେଁ ବୋଲି କହିଛନ୍ତି । ମାତ୍ର ରାଜ୍ୟସଭା ସାଂସଦ ଭଳି ଏକ ଗରିମାମୟ ପଦବୀ ଓ ଦଳର ମୁଖପାତ୍ର ପଦବୀରେ ଥାଇ ସୁଲତା ଏଭଳି ଶସ୍ତା ଓ ଅରୁଚିକର ମନ୍ତବ୍ୟ କିଭଳି ଦେଉଛନ୍ତି ଏବଂ ବିଜେଡି ତାଙ୍କୁ ନିଜର ମୁଖପାତ୍ର ପଦରେ ରଖି  ‘ସୁଲତାଙ୍କ ମତ-ମନ୍ତବ୍ୟ’ ପରୋକ୍ଷରେ ‘ଦଳୀୟ ଆଭିମୁଖ୍ୟର ପରିପ୍ରକାଶ’ ବୋଲି ପ୍ରମାଣ ଦେଉଥିବା ଚର୍ଚ୍ଚା ।

ପହଲଗାଁଓ ଆକ୍ରମଣ ଘଟଣାରେ କ’ଣ କହିଛନ୍ତି ସୁଲତା

ବିଜେଡିର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ଯେତେ ଲୋକ ମଲେ ଓ ଯେତିକି ସମୟ ଭିତରେ ମଲେ ସେତିକିି ସମୟ ଭିତରେ କାହାର ଧର୍ମ ପଚାରି ହେବନି । ସ୍ପେକୁଲେସନ୍ ପାଇଁ କ’ଣ କହିଥାଉପାରନ୍ତି । ମାତ୍ର ପୁଣିଥରେ କହିବି କୌଣସିବି ଆତଙ୍କବାଦୀ ଧର୍ମ-ଜାତି ସଙ୍ଗେ ବନ୍ଧା ନୁହେଁ ।” ବିଜେଡି ମୁଖପାତ୍ର ସୁଲତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସହ ବିଜେଡିକୁ କଡ଼ା ସମାଲୋଚନା କରାଯାଉଛି ।

ବିଜେଡିକୁ କଡ଼ା ନିନ୍ଦା କଲେ ଆଇନ ମନ୍ତ୍ରୀ

ପହଲଗାଁଓ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ବିଜେଡି ସାଂସଦ ଓ ମୁଖପାତ୍ର ସୁଲତା ଦେଓଙ୍କ ଉପହାସମୂଳକ ବୟାନକୁ କଡ଼ାଭାଷାରେ ନିନ୍ଦା କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଉଭୟ ସୁଲତା ଓ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ “କାହାର ଦୁଃଖକଷ୍ଟ ବେଦନାକୁ ଯେଉଁମାନେ ଉପହାସ କରନ୍ତି ସେମାନେ ରାଜନୀତିରେ ରହିବା ଯୋଗ୍ୟ ନୁହେଁ । ଏତେ ବଡ଼ ହୃଦୟ ବିଦାରକ ଘଟଣାରେ ସମଗ୍ର ବିଶ୍ୱ ଦୋହଲିଯାଇଛି କିନ୍ତୁ ତାକୁ ନେଇ ଅମଣିଷ ଭାବେ ଏଭଳି କଥା କହିବା ଅତ୍ୟନ୍ତ ନିନ୍ଦନୀୟ । ଯେଉଁମାନେ ଏଭଳି କଦର୍ଯ୍ୟ ଓ କୁତ୍ସିତ ମାନସିକତାର କଥା କହୁଛନ୍ତି ସେମାନେ ଧନ୍ୟ । ସେମାନଙ୍କର ନେତା ଧନ୍ୟ ଓ ସେମାନଙ୍କ ଦଳ ମଧ୍ୟ ଧନ୍ୟ । ଏଭଳି କଦର୍ଯ୍ୟ ମାନସିକତାର ବ୍ୟକ୍ତିଙ୍କୁ ଲୋକେ ସବୁଦିନ ପାଇଁ ପ୍ରତ୍ୟାଖ୍ୟାନ କରିଦେବାର ଆବଶ୍ୟକତା ରହିଛି ।”

ଏମାନଙ୍କୁ ସାମାଜିକ ବାସନ୍ଦ କରାଯିବା ଉଚିତ୍ : ଜୟନାରାୟଣ

ବିଜେଡି ମୁଖପାତ୍ର ତଥା ସାଂସଦ ସୁଲତା ଦେଓଙ୍କ ଉପହାସ ଭଳି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ “ତାଙ୍କ ପାଇଁ ଦେଶଟା ଉପହାସ । ଯୋଗ୍ୟତା ବଳରେ ନୁହେଁ କେମିତି କ’ଣ ସେ ସେହି ପଦବୀରେ ପହଂଚିଛନ୍ତି । ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ବୟାନ ଠିକ୍ ନୁହେଁ । ସେମାନଙ୍କ ଉପରେ ଲୋକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । ସାମାଜିକସ୍ତରରେ ସେମାନଙ୍କୁ ବାସନ୍ଦ କରାଯିବା ଦରକାର । ସେ ମ୍ୟାଡ଼ାମ କ’ଣ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ କି । ଟିକେ ପାଗଳାମୀ ଅଛି ମ୍ୟାଡ଼ାମଙ୍କର ବୋଲି ଜୟନାରାୟଣ କଟାକ୍ଷ କରିଛନ୍ତି ।”

ଗୋଟିଏ ଦଳ ଭିନ୍ନ ମତ,ଦେବୀ କଲେ ନାପସନ୍ଦ

ବିଜେଡି ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ପହଲଗାଁଓ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର । ସେ ସୁଲତାଙ୍କ ନାଁ ନଧରି କହିଛନ୍ତି ଯେ “ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସଯୋଗ୍ୟ । ତାଙ୍କୁ ଲୋକମାନେ ଉପହାସ କରିବା କଥା । ଜଣକର ଦୁଃଖବେଳେ ଉପହାସ କରିବା ଉଚିତ୍ ନୁହେଁ । ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି ବୋଲି ଶ୍ରୀ ମିଶ୍ର କହିଛନ୍ତି ।”

ବିଜେଡି କାହିଁକି ନିରବ

ଦଳର ମୁଖପାତ୍ର ପଦରେ ଥାଇ ସୁଲତା ଏଭଳି ବୟାନବାଜି କରୁଛନ୍ତି । ଯାହାକି ଦଳର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷତି ପହଂଚାଉଛି । ତଥାପି ଦଳ କାହିଁକି ଏସବୁ ହଜମ କରିଛି ତାକୁ ନେଇ ଚର୍ଚ୍ଚା । ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ଜୁଲାଇ ୭ତାରିଖରେ ରାଜ୍ୟସ୍ତରୀୟ ମୁଖପାତ୍ରଙ୍କ ୧୪ଜଣିଆ ଟିମରେ ସୁଲତାଙ୍କୁ ସାମିଲ କରିଥିଲେ । ଦଳର ଅନ୍ୟ ମୁଖପାତ୍ରମାନେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ମଣରେଖା ମଧ୍ୟରେ ରହି ବିଭିନ୍ନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ରଖୁଥିବାବେଳେ ସୁଲତା ପ୍ରାୟତଃ ସବୁ ପ୍ରସଙ୍ଗରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଶସ୍ତା ଓ ଅରୁଚିକର ମନ୍ତବ୍ୟ ଦେବାରେ ଲାଗିଛନ୍ତି । ସୁଲତାଙ୍କର ବୟାନ ଯେ ‘ଦଳର ବୟାନ’ ନୁହେଁ ତାହା ଆଜିପର୍ଯ୍ୟନ୍ତ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅର୍ଥାତ୍ ଦଳ ପରୋକ୍ଷରେ ସୁଲତାଙ୍କ ବୟାନକୁ ନିଜସ୍ୱ ଆଭିମୁଖ୍ୟ ବୋଲି ସ୍ୱୀକାର କରିଆସିଛି ।

ପାଣ୍ଡିଆନ ଦେଉଛନ୍ତି ସାବାସି!

ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ତ୍ରାଣକର୍ତ୍ତା ଏବେ ତାଙ୍କ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସାଜିଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା । ସୁଲତା ନିଜ ସୋସିଆଲ ମିଡିଆରେ ଯେଭଳି ଅରୁଚିକର ଓ ଶସ୍ତା ମନ୍ତବ୍ୟ ଦେଇ ରାଜ୍ୟସଭା ସାଂସଦ ପଦର ଗରିମାକୁ ନଷ୍ଟ କରୁଛନ୍ତି ତାକୁ ସାଧାରଣରେ ନାପସନ୍ଦ କରାଯାଉଥିଲେ ମଧ୍ୟ ପାଣ୍ଡିଆନ କୁଆଡ଼େ ସାବାସି ଦେଉଛନ୍ତି । ପାଣ୍ଡିଆନଙ୍କୁ ଖୁସି କରିବାକୁ ଯାଇ ସୁଲତା ସାମାଜିକ ଲକ୍ଷ୍ମଣରେଖାକୁ ବି ମାନୁନଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଭାରତୀୟ ଗଣତାନ୍ତ୍ରିକ ରାଜନୀତିରେ ବିରୋଧୀ ଦଳ ଓ ବିରୋଧୀ ଦଳର ସରକାରକୁ ସମାଲୋଚନା କରିବା ଏକ ସ୍ୱାଭାବିକ କଥା । କିନ୍ତୁ ତାହା ଶାଳୀନତା ଓ ସଂସ୍କାର ଭିତରେ ରହି କରାଯିବାର ଆବଶ୍ୟକତା ରହିଛି । ମାତ୍ର ସୁଲତା ଯେଭଳି ଶସ୍ତା ଓ ଅରୁଚିକର ଢଙ୍ଗରେ ନିୟମିତ ଭାବେ ସୋସିଆଲ ମିଡିଆରେ ବୟାନବାଜି କରୁଛନ୍ତି ତାହା ତାଙ୍କର ସଂସ୍କାର ଓ ପ୍ରତିପୋଷଣର ନଗ୍ନ ଚିତ୍ରକୁ ପଦାରେ ପକାଇବା ବିଜେଡିର ନୀତି-ଆଦର୍ଶ ଓ ରାଷ୍ଟ୍ରପ୍ରେମ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story