Advertisment

ବିଜ୍ଞାପନ ପାଇଁ କର୍ଣ୍ଣାଟକା ସରକାରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

କର୍ଣ୍ଣାଟକାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କମିଶନ ନୋଟିସରେ ପ୍ରଶ୍ନ କରିଛନ୍ତି।

author-image
Hemant Lenka
ECI

ECI

ଭାରତୀୟ ନିର୍ବାଚନ କମିଶନ ଆଜି କର୍ଣ୍ଣାଟକା ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତେଲେଙ୍ଗାନାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କର୍ଣ୍ଣାଟକା ସରକାର ନିଜର ସଫଳତା ସମ୍ପର୍କରେ ସେଠାରେ ବିଜ୍ଞାପନ ଦେଇଥିଲେ।

Advertisment

ଏପରି ସଫଳତାର ବିଜ୍ଞାପନ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ କର୍ଣ୍ଣାଟକା ସରକାରଙ୍କୁ ନୋଟିସ କରିଛନ୍ତି। ନଭେମ୍ବର ୨୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନୋଟିସରେ କୁହାଯାଇଛି।

ଏହି ପ୍ରସଙ୍ଗ ବିଜେପି ଓ କ୍ଷମତାସୀନ ବିଆରଏସ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି ସଫଳତାର ବିଜ୍ଞାପନ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଦୁଇ ଦଳ କହିଥିଲେ।

Advertisment

କେଉଁ ପରିସ୍ଥିତିରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରାଗଲା ଓ ତୁରନ୍ତ ଏପରି ବିଜ୍ଞାପନ ଉପରେ ରୋକ ଲଗାଇବାକୁ ନିର୍ବାଚନ କମିଶନ କହିଛନ୍ତି। ଅକ୍ଟୋବର ମାସରେ କମିଶନ କହିଥିଲେ ଯେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜ୍ୟରେ କୌଣସି ବିଜ୍ଞାପନ ଦେବା ପୂର୍ବରୁ ନିର୍ବାଚନ ହେଉନଥିବା ରାଜ୍ୟଗୁଡ଼ିକ କମିଶନଙ୍କ ଅନୁମତି ନେବେ।

ତଥାପି କର୍ଣ୍ଣାଟକା ସରକାର ସେମିତି କିଛି ବି କରି ନାହାନ୍ତି। ତେଣୁ କର୍ଣ୍ଣାଟକାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କମିଶନ ନୋଟିସରେ ପ୍ରଶ୍ନ କରିଛନ୍ତି।

Karnataka Election Telengana Eci