ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଆପ୍ ମନ୍ତ୍ରୀ ଗିରଫ ହେଉଥିବା ବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ୍ କରିଛି।
ଗେହଲଟ ନାଜଫଗଡ଼ ବିଧାୟକ ସହ ଦିଲ୍ଲୀ ପରିବହନ ମନ୍ତ୍ରୀ। ସେ ଦିଲ୍ଲୀ ମଦ ନୀତି(ଲିକର୍ ପଲିସି)ର ଡ୍ପାଫ୍ଟ(ଚିଠା) ପ୍ରସ୍ତୁତକାରୀ ବୋଲି ଇଡି ଅଭିଯୋଗ ଆଣିଛି। ଇଡି କହିଛି ଯେ, 'ସାଉଥ୍ ଗ୍ରୁପ୍'କୁ ଲିକର ପଲିସି ଡ୍ରାଫ୍ଟ ଲିକ୍ କରାଯାଇଥିଲା।
Also Read
ଲିକର୍ ପଲିସି ଚିଠା ପ୍ରସ୍ତୁତି ସମୟରେ ଗେହଲଟ ଆପ୍ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଗେହଲଟ ବାରମ୍ବାର ମୋବାଇଲ୍ ନଂ ବଦଳାଇଥିବା ଅଭିଯୋଗ କରିଛି ଇଡି।
ପ୍ରକାଶ ଥାଉକି, ଏହି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ତାଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଛି ଇଡି। ଏହା ପୂର୍ବରୁ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ରାଉତ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼, ନେତା ଅଣନିଃଶ୍ୱାସୀ
ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି।

National
ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ବିବାଦରେ ମନ୍ତ୍ରୀ, ଭିଡିଓ ଭାଇରାଲ
ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠାଯିବାର ଦିନକ ପରେ ଆଜି ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ସହିତ ଦେଖିବାକୁ ମିଳିଛି।

Politics
ଓଡ଼ିଶାରେ ରାହୁଲ ଗାନ୍ଧି : ସମ୍ବିଧାନ ରକ୍ଷା ଓ ସରକାରଙ୍କ ବିରୋଧରେ ଜନତାଙ୍କୁ ଏକଜୁଟ କରିବାକୁ ଦେଲେ ଆହ୍ଵାନ
ବିଜେପି ସରକାର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି। ବିହାରରେ ମଧ୍ୟ ଏହା କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ନିର୍ବାଚନ କମିଶନ ମଧ୍ୟ ବିଜେପିର ଇସାରାରେ କାମ କରୁଥିବା ଅଭିଯୋଗ କରି ସେ ଭୋଟର ତାଲିକା ଓ ଭିଡିଓ ମାଗିଥିବା କହିଛନ୍ତି, ଯାହାକି ଏପର୍ଯ୍ୟନ୍ତ ମିଳିନାହିଁ।

Politics
ଅଦାନୀଙ୍କ ପାଇଁ ରଥକୁ ରୋକାଗଲା: ରାହୁଲ
ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି। ସେମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ପ୍ରତିଦିନ ରାଜ୍ୟରେ ୧୫ ମହିଳାଙ୍କ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା। ଏଠିକାର ସରକାର କେବଳ ଲୋକଙ୍କ ରକ୍ତ ଶୋଷୁଛି। ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି।

National
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଶଶୀ ଥରୁରଙ୍କ ମନ! ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା
ସର୍ଭେରେ କୁହାଯାଇଛି ଯେ ରାଜ୍ୟର ୬୨% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ବଦଳାଇବାକୁ ମନସ୍ଥ କରିଛନ୍ତି। କେବଳ ୨୩% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ପୁନଃନିର୍ବାଚିତ କରିବାକୁ ଚାହୁଁଛନ୍ତି।