Advertisment

ହଟିଲେ ସାରଦା ଓ ସଂଗ୍ରାମଜିତ୍

ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

author-image
Biswajit Samal
ଅଦ୍ୟତନ ହୋଇଛି
undefined

Loka Seva Bhavan

ପଦରୁ ହଟିଲେ ଅବସର ପରେ ସରକାରୀ ପଦବୀରେ ଥିବା ୨ ଅଧିକାରୀ। ସୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ଦ୍ଦେଶକ ପଦରୁ ୨ ଅଧିକାରୀ ହଟିଛନ୍ତି। ୧୪ ବର୍ଷ ଧରି ନଗରଉନ୍ନୟନ ବିଭାଗରେ କାର୍ଯ୍ୟକରି ଆସୁଥିବା ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ବିଦା କରାଯାଇଛି। ସଂଗ୍ରାମଜିତ ଅବସର ପରେ ମଧ୍ୟ ଏକ୍ସଟେନସନ ନେଇ ପୌର ପ୍ରଶାସନିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସୁଡାରେ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଶାରଦା ପଣ୍ଡାଙ୍କୁ ବି ଅବ୍ୟାହତି ଦିଆଯାଇଛି। ଅବସର ପରେବି ଶାରଦା ସେଇହି ସମାନ ପଦରେ କାର୍ଯ୍ୟ କରିଆସୁଥିଲେ। ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି। ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

Advertisment

ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଅବସର ନେଇ ସାରିଥିବା ସତ୍ତ୍ୱେ ପୁଣି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିବା କିଛି ଅଧିକାରୀ ପୂର୍ବରୁ ନିଜ ନିଜ ପଦୀ ଛାଡ଼ି ଦେଇଥିଲେ। ସେହିପରି ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ଅଦବବଦଳ ଆରମ୍ଭ ହୋଇଯାଇଛି। ସେହିକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଓ ଓଏସଡି ରବୀନ୍ଦ୍ର କୁମାର ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ଅଣାଯାଇଛି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।

କେବଳ ଓଏଏସ୍ ‍ ନୁହନ୍ତି, ଗଣ୍ଡା ଗଣ୍ଡା କ୍ଲାସ୍ ‍ ଟୁ ଓ କ୍ଲାସ୍ ‍ ଥ୍ରୀ ଅଧିକାରୀ ଏବେବି ଗାଦି ମାଡ଼ି ବସିଛନ୍ତି। ସଚିବାଳୟ ହେଉ କି ଖାରବେଳ ଭବନ ଅବା ରାଜୀବ ଭବନ, ଏପରିକି ୯ତାଲାରେ ବି ଗୋଟିଏ ଗୋଟିଏ ବିଭାଗରେ ଦୀର୍ଘଦିନ ଧରି ପଦବୀ ମାଡ଼ି ବସିଛନ୍ତି ବାବୁମାନେ। ଅବସର ପରେ ମଧ୍ୟ ସେହି ବିଭାଗରେ ସେମାନଙ୍କୁ ପୁନଃ ଥଇଥାନ କରାଯାଇଛି। ନୂଆ ସରକାର ଆସିବା ପରେ ଚର୍ଚ୍ଚା ହେଉଛି, ଏଭଳି ଗାଦିମଡ଼ା ଅଫିସରଙ୍କୁ ତାଲିକା 
ପ୍ରସ୍ତୁତ କରାଯାଇଛି। ତେଣୁ ନବୀନ ସରକାରରେ ଅନେକ ଦୁର୍ନୀତିକୁ ଘଣ୍ଟା ଘୋଡ଼ାଇଥିବା ବାବୁ ମାନେ ନୂଆ ସରକାରର କମ୍ବିଂ ଅପରେସନରେ ପ୍ରମାଦ ଗଣିବା ଆରମ୍ଭ କଲେଣି। 

Advertisment
Bjp