‘ଅଯୋଗ୍ୟଙ୍କୁ ଟିକେଟ ଦେଉଛି ବିଜେଡି’ 

  • Published: Wednesday, 24 April 2024
  • , Updated: 24 April 2024, 11:46 AM IST

ସମ୍ବଲପୁରରେ ଦଳକୁ ଲାଗିଛି ଶକ୍ତ ଧକ୍କା। ଟିକେଟକୁ ନେଇ ଅସନ୍ତୋଷ ଭିତରେ ଶଙ୍ଖକୁ ବାଏ ବାଏ କରି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ସେ କହିଛନ୍ତି, ସମ୍ବଲପୁର ବିଧାନସଭା ଆସନ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଟିକେଟ ଦେବାରୁ ଏହା ସମ୍ବଲପୁରର ଗରିମାକୁ ନଷ୍ଟ କରିଛି। ସମ୍ବଲପୁରରେ କ’ଣ ନେତା ନଥିଲେ ଯେ, ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିବା ସହ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ରାସେଶ୍ୱରୀ।

Related story