ପଦ୍ମପୁରରେ ୪ ଦିନ ମାରାଥନ୍ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠୁ ୪ ଦିନ ଧରି ମାରାଥନ୍ ପ୍ରଚାର କରିବେ। ଆଜି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ପଦ୍ମପୁରରେ ହେବାକୁ ଥିବା ବିଭିନ୍ନ ସାଧାରଣ ସଭା ଓ ରୋଡ୍ ଶୋ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂ ତୋମର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର […]

dharmendra-pradhan

Ordigital Desk
  • Published: Monday, 28 November 2022
  • , Updated: 28 November 2022, 06:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠୁ ୪ ଦିନ ଧରି ମାରାଥନ୍ ପ୍ରଚାର କରିବେ। ଆଜି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ପଦ୍ମପୁରରେ ହେବାକୁ ଥିବା ବିଭିନ୍ନ ସାଧାରଣ ସଭା ଓ ରୋଡ୍ ଶୋ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂ ତୋମର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପରେ ଧର୍ମେନ୍ଦ୍ର ଆସନ୍ତାକାଲିଠୁ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି ।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୯,୩୦ ଓ ୧ତାରିଖ ୩ଦିନ ଧରି ପାଇକମାଳ ଓ ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ’ କରିବେ । ୩ ତାରିଖରେ ଝାରବନ୍ଧ ବ୍ଲକରେ ବିଶାଳ ଜନସଭା ଏବଂ ପଦ୍ମପୁରରେ ବାକି ଥିବା ଅଂଚଳରେ ରୋଡ୍ ଶୋ’ କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ସହ ଭାବ ବିନିୟମ ଓ ବାର୍ତ୍ତାଳାପ ମଧ୍ୟ କରିବେ । ପ୍ରଦୀପ ପୁରୋହିତ ସ୍ଥାନୀୟ ନେତା ଓ ତାଙ୍କର ଲୋକପ୍ରିୟତା ରହିଛି, ତେଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି ସେ ଦାବି କରିଛନ୍ତି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ପାଇକମାଳ ବ୍ଲକରେ ମୋଟ ୩୨ଟି କାର୍ଯ୍ୟକ୍ରମ ରହିଛି । ଏଥିରେ ୬ଟି ଜନସଭା ଓ ବାକି ୨୬ଟି ସ୍ଥାନରେ ରୋଡ୍ ଶୋ’ ହେବ। ସେହିପରି ୩୦ତାରିଖରେ ମୋଟ ୧୯ଟି କାର୍ଯ୍ୟକ୍ରମ ରହିଛି । ସେଥିରୁ ପାଇକମାଳ ବ୍ଲକରେ ୨ଟି ଜନସଭା ଓ ୧୨ଟି ରୋଡ୍ ଶୋ’ ଏବଂ ଅପରାହ୍ନରେ ପଦମପୁର ବ୍ଲକରେ ୨ଟି ଜନସଭା ଓ ୩ଟି ରୋଡ୍ ଶୋ’ ହେବ । ୧ ତାରିଖରେ ପଦମପୁର ବ୍ଲକରେ ୧୨ଟି ସ୍ଥାନରେ ଜନସଭା ଓ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ୨ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କର କୌଣସି କାର୍ଯ୍ୟକ୍ରମ ନଥିବାବେଳେ ୩ ତାରିଖରେ ଝାରବନ୍ଧ ବ୍ଲକରେ ବିଶାଳ ଜନସଭା ଓ ଅପରାହ୍ନରେ ପଦମପୁରରେ ରୋଡ୍ ଶୋ’ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ୨ତାରିଖରେ ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି

Related story