Advertisment

ବିଜେପିର ବଡ଼ ବିଜୟ: ନିର୍ବାଚନ ପୂର୍ବରୁ ଜିତି ନେଲା ୧୦ ଆସନ

ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତାଙ୍କ ଡେପୁଟି ଚୋୱାନ ମୈନ ଓ ଦଳର ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।

author-image
Hemant Lenka
BJP

BJP

ନିର୍ବାଚନ ପୂର୍ବରୁ ବଡ଼ ବିଜୟ ହାସଲ କରିଛି ବିଜେପି। ଅରୁଣାଚଳ ପ୍ରଦେଶର ୧୦ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବାଜିତମାତ କରିଥିବା ଆଜି ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଘୋଷଣା କରିଛନ୍ତି।

Advertisment

ରାଜ୍ୟରେ ଆଉ କିଛି ସପ୍ତାହ ପରେ ବିଧାନସଭା ସହ ୨ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। କିନ୍ତୁ ଏହା ପୂର୍ବରୁ ରାଜ୍ୟର ୬୦ଟି ବିଧାନସଭା ଆସନରୁ ବିଜେପି ୧୦ଟିକୁ ଜିତି ନେଇଛି।

ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତାଙ୍କ ଡେପୁଟି ଚୋୱାନ ମୈନ ଓ ଦଳର ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଏପରି ଖବର ସାମ୍ନାକୁ ଆସିଛି।

Advertisment

ଶ୍ରୀ ଖାଣ୍ଡୁ କହିଛନ୍ତି, “ଆମେ ୧୦ଟି ଆସନରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛୁ। ଭୋଟ ପଡ଼ିବା ପୂର୍ବରୁ ଏପରି ଘଟଣା ଏକ ବଡ଼ ବିଜୟ। ଏଥିରୁ ଆମ ବିକାଶମୂଳକ କାର୍ଯ୍ୟ ପାଇଁ ଲୋକଙ୍କ କେତେ ସମର୍ଥନ ରହିଛି, ତା’ର ପ୍ରମାଣ ମିଳିଛି। ଲୋକମାନେ ଆମକୁ ଚାହୁଁଛନ୍ତି। ଆମେ ଏଠାରେ ନିଶ୍ଚିତ ସରକାର ଗଠନ କରିବୁ। ଆମେ ରାଜ୍ୟର ୨ଟି ଯାକ ଲୋକସଭା ଆସନରେ ମଧ୍ୟ ବାଜିମାତ କରିବୁ।”

ବିଜେପି ରାଜ୍ୟର ସମସ୍ତ ୬୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୩୪ଟି ଆସନରେ ଲଢ଼ୁଛି। ଏଠାରେ ଆସନ୍ତା ୧୯ ଏପ୍ରିଲରେ ଭୋଟ ହେବ।

ଆଜି ଦଳର ୧୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ପରେ ବିଜେପି କର୍ମୀମାନେ ରାଜଧାନୀ ଇଟାନଗରରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। ଖାଣ୍ଡୁ ଓ ମୈନଙ୍କ ବ୍ୟତୀତ ବିଜେପି ନେତା ଦାସାଙ୍ଗଲୁ ପଲ ମଧ୍ୟ ଜିତିଛନ୍ତି। ତାଙ୍କ ବିରୋଧରେ କଂଗ୍ରେସର ବି କ୍ରୋଙ୍ଗ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଆଜି ସେ ନିଜର ନାମାଙ୍କନକୁ ପ୍ରତ୍ୟାହାର କରି ନେଇଥିଲେ। ଦାସାଙ୍ଗୁଲ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖଖ ପଲଙ୍କ ପତ୍ନୀ।

ପ୍ରେମା ଖାଣ୍ଡୁ ମୁକଟୋରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ କେହି ବି ନାମାଙ୍କନ ଦାଖଲ କରି ନଥିଲେ। ସେହିପରି ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେପିର ତେଚି ରୋଟୁ ମଧ୍ୟ ସାଗାଲୀରୁ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି। ତାଲିରୁ ବିଜେପି ପ୍ରାର୍ଥୀ ଜିକୀ ତାକୋ ଦ୍ୱିତୀୟ ଥର ପାଇଁ ବିନା ଲଢ଼େଇରେ ବିଧାନସଭାକୁ ଯିବେ।

Bjp Arunachal Pradesh Prema Khandu