Advertisment

ବିଜେଡିକୁ ବିରୋଧ, ବିଜେପିରେ ମିଶିଲେ ରାଣୀଙ୍କ ଶହଶହ ସମର୍ଥକ

ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ୩ଶହରୁ ଅଧିକ ବିଜେଡି ନେତା ଓ କର୍ମୀ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି।

author-image
Hemant Lenka
BJP

BJP

ବିଜେଡି ପାଇଁ ବଢ଼ିଲା ଖଲ୍ଲିକୋଟ ଅଡୁଆ। ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ଟିକେଟ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ।

Advertisment

ସେମାନେ ବିଜେଡିକୁ ବିରୋଧ କରି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ୩ଶହରୁ ଅଧିକ ବିଜେଡି ନେତା ଓ କର୍ମୀ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟଳୟରେ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି। ଖଲ୍ଲିକୋଟ ଓ ଚିକିଟିର ଏକାଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି।

Advertisment

ସେହିପରି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ଶତାଧିକ କର୍ମୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଗଞ୍ଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ଦିନ ଥିଲା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ବିନା ଖଲ୍ଲିକୋଟ ବିଜେଡିରେ ପତ୍ର ବି ହଲୁ ନଥିବା କୁହାଯାଉଥିଲା। ତାଙ୍କ ଅବର୍ତ୍ତମାନରେ ବିଜେଡି ତାଙ୍କ ଶେଷ ଦାୟଦ ସାକେତ ରାମା ରାଓଙ୍କୁ ପ୍ରାର୍ଥୀ କରୁ ବୋଲି ଦାବି କରି ଆସୁଥିଲେ ତାଙ୍କ ସମର୍ଥକ। ହେଲେ ବିଜେଡି ସେଠାରୁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଦ୍ରୋହ ଚରମ ସ୍ଥିତିରେ ପହଞ୍ଚିଥିଲା। ଏବେ ଏଥିଯୋଗୁ ରାଜ ପରିବାରର ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି।

ତେବେ ଖଲ୍ଲିକୋଟ ବିଜେଡି ନଗର ସଭାପତି ନିରଞ୍ଜନ ପାତ୍ର କହିଛନ୍ତି ଯେ ଦଳ ଉପରେ ଏହାର ବି କିଛି ପ୍ରଭାବ ପଡ଼ିବ ନାହିଁ।

Odisha Bjp