Advertisment

ଚର୍ଚ୍ଚାରେ ଆଇପିଏସ୍ ପାରୁଲ ଗୁପ୍ତା: ୪ବର୍ଷ ପାଇଁ ଯାଇଥିଲେ, ବର୍ଷେ ପରେ ଫେରାଇଦେଲା କେନ୍ଦ୍ର

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୦ ବ୍ୟାଚ୍ ଆଇପିଏସ୍ ପାରୁଲ ଗୁପ୍ତାଙ୍କୁ ତାଙ୍କ ରାଜ୍ୟ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବା ପାଇଁ ଜୁଲାଇ ୩୧ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପାରିଶ କରିଥିଲା ।

author-image
Ordigital Desk
parul gupta ips

parul gupta ips

କେନ୍ଦ୍ର ସରକାର ଆଜି ଆଉ ଜଣେ ଓଡ଼ିଶା କ୍ୟାଡ଼ର ଆଇପିଏସଙ୍କୁ ତତ୍କାଳ ପ୍ରଭାବରୁ ଓଡ଼ିଶାକୁ ଫେରାଇ ଦେଇଛନ୍ତି । ୨୦୧୦ ବ୍ୟାଚ୍ ଆଇପିଏସ୍ ପାରୁଲ ଗୁପ୍ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତତ୍କାଳ ପ୍ରଭାବରୁ ଓଡ଼ିଶା ଫେରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଆଜି କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଛନ୍ତି ।

Advertisment

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୦ ବ୍ୟାଚ୍ ଆଇପିଏସ୍ ପାରୁଲ ଗୁପ୍ତାଙ୍କୁ ତାଙ୍କ ରାଜ୍ୟ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବା ପାଇଁ ଜୁଲାଇ ୩୧ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପାରିଶ କରିଥିଲା । ଯାହାକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଛନ୍ତି ।

ପାରୁଲଙ୍କୁ ଗତ ୨୦୨୩ ମାର୍ଚ୍ଚ ୧୬ତାରିଖରେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ହାର୍ଡକୋରରେ ସାମିଲ ପାଇଁ କେନ୍ଦ୍ର କ୍ୟାବିନେଟ  ନିଯୁକ୍ତି କମିଟି ଅନୁମତି ଦେଇଥିଲେ । ପାରୁଲଙ୍କ ସହ ତାଙ୍କ ବ୍ୟାଚର ଓଡ଼ିଶା କ୍ୟାଡ଼ରର ଆଶୀଷ କୁମାର ସିଂ ମଧ୍ୟ ଆଇବି ହାର୍ଡକୋର ପାଇଁ ଡେପୁଟେସନରେ ଯାଇଥିଲେ । ଉଭୟ ଅଫିସରଙ୍କୁ ୪ବର୍ଷ ପାଇଁ ଆଇବିକୁ ଡେପୁଟେସନରେ ନିଯୁକ୍ତି ମିଳିଥିଲା । କିନ୍ତୁ ତା’ପୂର୍ବରୁ ମାତ୍ର ବର୍ଷକ ମଧ୍ୟରେ ପାରୁଲଙ୍କୁ ଫେରାଇ ଦେଇଥିବାରୁ ତାକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି ।

Advertisment

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଗତସପ୍ତାହରେ ୧୯୯୦ ବ୍ୟାଚ୍ ଆଇପିଏସ୍ ୱାଇବି ଖୁରାନିଆଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରି ତତ୍କାଳ ପ୍ରଭାବରୁ ଆଗୁଆ ଓଡ଼ିଶାକୁ ଫେରାଇ ଦେଇଥିଲେ ।