Advertisment

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ସୋଶାଲ ମିଡିଆ ଜରିଆରେ ଦେଲେ ସୂଚନା।

ଅଦ୍ୟତନ ହୋଇଛି
Lekhashree

Lekhashree

Advertisment

ବିଜେପିରୁ ଆଜି ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ସେ ଦଳର ରାଜ୍ୟ ଉପ-ସଭାପତି ପଦରେ ରହିଥିଲେ। 

Advertisment

ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ। 

କୁହାଯାଉଛି, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ମାର୍ଚ୍ଚ ୩୦ ତାରିଖରେ ଦଳ  କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା। ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ିଥିଲେ। ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।ଭୃଗୁ ୨୦୧୯ରେ ବିଜେପି ଟିକେଟରେ ଏହି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ବିଜେପି ଏଥର ଏହି ଆସନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି।       

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe