Advertisment

ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା; ଚାକିରିରେ ମହିଳାଙ୍କୁ ମିଳିବ ୩୫% ସଂରକ୍ଷଣ

ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

author-image
Niharika Rout
ଅଦ୍ୟତନ ହୋଇଛି
Reservationa

Reservationa

ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

Advertisment

ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ବନ ବିଭାଗକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ନାରୀ- କେନ୍ଦ୍ରୀୟ ସ୍କିମ୍‌ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଆଲୋଚନା ହେଉଛି।

Advertisment

ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍‌ ପାରିତ ହୋଇ ସାରିଥିବା ବେଳେ ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଦୁଇ ପାଦ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛି।

ଏହାବାଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ କ୍ଷମତାରେ ଥିବା ବିଜେପି ସରକାର ମଧ୍ୟପ୍ରଦେଶରେ ‘ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା’ ବି ଲଞ୍ଚ କରି ସାରିଛନ୍ତି। ଏହାପରେ ମଧ୍ୟପ୍ରଦେଶ ସରକାର ‘ଲାଡଲି ବେହନା ଯୋଜନା’ ଲଞ୍ଚ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୩.୨ ମିଲିୟନ ମହିଳା ଉପକୃତ ହେଉଥିବା ବେଳେ ସେମାନଙ୍କୁ ମାସିକ ୧୨୫୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅଯାଉଛି।

Madhya Pradesh Reservation