ନିର୍ବାଚନ ପାଇଁ ସବୁଠି ଚେକିଂ ବ୍ଲକିଂ ଚାଲିଛି। ଏହି କ୍ରମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ପୁଲିସ ଚେକିଂ କରିବାରୁ ରାଗିଗଲେ ମନ୍ତ୍ରୀ। ଚଢ଼ା ଗଳାରେ ଗାଡି ଚେକିଂ କର ବୋଲି ପୁଲିସକୁ କହିଥିଲେ। ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ନିକଟରେ।
ଗତକାଲି ରାତିରେ ତନରଡା ନିକଟରେ ପୁଲିସ ଗାଡି ଚେକିଂ କରୁଥିଲ। ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ସେହି ରାସ୍ତା ଦେଇ ଯାଇଥିଲା। ପୁଲିସ ଗାଡିକୁ ଚେକିଂ ପାଇଁ ଅଟକାଇ ଥିଲା। ହେଲେ ମନ୍ତ୍ରୀ ହଠାତ୍ ଗାଡ଼ିରୁ ଓହ୍ଲାଇ ପଡ଼ି ପୁଲିସକୁ ଚଢ଼ା ଗଳାରେ ଗାଡି ଚେକିଂ କର ବୋଲି କହିଥିଲେ।
Also Read
ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଏନେଇ ପୁଲିସ କିମ୍ବା ମନ୍ତ୍ରୀଙ୍କୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗାଡ଼ି ଚେକିଂ ବେଳେ ମନ୍ତ୍ରୀଙ୍କର ଏପରି ଗର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଜେଲ୍ରୁ ବାହାରିବା ପରେ ଓଏଏସ୍ ଅଫିସରଙ୍କୁ ନେଇ କ’ଣ କହିଲେ ବିଜେପି ନେତା ଜଗା ପ୍ରଧାନ
ଜେଲରୁ ବାହାରିବା ପରେ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ ଜଗନ୍ନାଥ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ।

Politics
ଦିଶାହୀନ ବିଜେଡି: ଦେବୀଙ୍କ ଅପାରଗତା, ସମ୍ଭାଳି ପାରୁନାହାନ୍ତି ଦଳ, ହଜିଯାଉଛି ପ୍ରମୁଖ ପ୍ରସଙ୍ଗ
ସାଧାରଣ ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ସଂଗଠନ କ୍ରମାଗତ ଭାବେ ଲୋକମାନଙ୍କ ସମସ୍ୟାଠୁ ଦୂରେଇ ଯିବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରମ୍ବାର ସ୍ପଷ୍ଟୀକରଣ ସତ୍ତ୍ୱେ ଦଳୀୟ ବ୍ୟାପାରରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଏକଛତ୍ରବାଦୀ ଜାହିର କରିବାରେ ସକ୍ଷମ ହେଉଥିବା ଜଣାପଡ଼ିଛି । ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହେଉ ଅବା ଦଳୀୟ କର୍ମକର୍ତ୍ତା ଚୟନରେ ପାଣ୍ଡିଆନ ନିଜର ପତିଆରା ଦେଖାଇଥିବାବେଳେ ଏବେ ପରୋକ୍ଷରେ ତାଙ୍କ ନିର୍ଦ୍ଦେଶରେ ହିଁ ବିଜେଡି ସଂଗଠନ ପରିଚାଳିତ ହେଉଥିବା ବିଜେଡି ସୂତ୍ରରୁୁ ସୂଚନା ମିଳିଛି ।

Politics
ପ୍ରକାଶ ମିଶ୍ର ବାଛିଲେ ନିଜ ଟିମ୍ : ସୁଦୃଢ଼ ହେବ ସ୍ୱତନ୍ତ୍ର ଗୁଇନ୍ଦା ୱିଙ୍ଗ୍, ନଜରରେ ରହିବେ ବହୁ ନେତା-ମନ୍ତ୍ରୀ-ଅଫିସର
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ଏବେ 'ସ୍ବତନ୍ତ୍ର ଗୁଇନ୍ଦା ବ୍ୟବସ୍ଥା'କୁ ଅଧିକ କ୍ରିୟାଶୀଳ କରିବାକୁ ନିଜର ପସନ୍ଦର ଅଫିସରଙ୍କ ଟିମ୍ ଚୟନ କରିଛନ୍ତି। ସଞ୍ଜିବ ପଣ୍ଡା ଓ ଅଖିଳେଶ୍ବରଙ୍କୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଯଦିଓ ଗୁଇନ୍ଦା ଡିଜି ଭାବେ ଆରପି କୋଚେ ଦକ୍ଷତାର ସହ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ତାଙ୍କୁ ଚେକ୍ ଦେବା ପାଇଁ ଏଭଳି ଅଦଳବଦଳ କରାଯାଇଥିବା ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି।

Politics
ରଥଯାତ୍ରାରେ ଦଳାଚକଟା: ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର, କାହାରିକୁ ହୋଇନି ନୋଟିସ୍
ପୁରୀ ଶରଧାବାଲିଠାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ରଥ ପହଂଚିବା ପରେ ହୋଇଥିବା ଦଳାଚକଟା ଘଟଣା ସିଧାସଳଖ ପ୍ରଶାସନର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଶେଷକରି ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ଓ କମାଣ୍ଡ-କଂଟ୍ରୋଲରୁମ୍ ଦାୟିତ୍ୱରେ ଥିବା ଏଡିଜି ଦୟାଲ ଗଙ୍ଗୱାର, ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଞ୍ଜୟ କୁମାର ଓ କର୍ଡନ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ଖାମଖିଆଲି ମନୋଭାବ ଓ ଅପାରଗତା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଳଜଳ ଦିଶୁଛି । ଏପରିକି ପୁଲିସ ଡିଜି ମଧ୍ୟ ନିଜେ ଉପସ୍ଥିତ ରହି ଏସବୁର ତଦାରଖ କରୁଥିଲେ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

National
ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ନାଁର ଭୁଲ ଉଚ୍ଚାରଣ କଲେ ଖଡଗେ, ବର୍ଷିଲା ବିଜେପି
୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ‘ରାଷ୍ଟ୍ରପତ୍ନୀ’ ଭଳି ଶବ୍ଦର ବ୍ୟବହାର କରିଥିଲେ। ଏହାକୁ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା।