Advertisment

ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଗସ୍ତକୁ ନେଇ ଏମିତି କହିଲେ ପରିବହନ ମନ୍ତ୍ରୀ

୨୦୨୩ ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ପର୍ଯ୍ୟନ୍ତ ଭି.କେ ପାଣ୍ଡିଆନ୍‌ କେତେବେଳେ ଫାଇଭ୍-ଟି ସଚିବ ତ ଆଉ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ବୁଲୁଥିଲେ। ଆଉ ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରୁଥିଲେ।

Pandian

Pandian

Advertisment

୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଘନଘନ ବୁଲୁଥିଲେ ଭି.କେ ପାଣ୍ଡିଆନ। ଆଉ ଲୋକଙ୍କ ସହିତ ସେଲ୍‌ଫି ଉଠାଉଥିଲେ ଓ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ତାହାର ତଥ୍ୟ ମାଗି ମାଗି ହାଲିଆ ହେଲେଣି ଆରଟିଆଇ କର୍ମୀ। ହେଲେ ଏହାରି ଭିତରେ ଆଜି ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ।

Advertisment

୨୦୨୩ ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ପର୍ଯ୍ୟନ୍ତ ଭି.କେ ପାଣ୍ଡିଆନ୍‌ କେତେବେଳେ ଫାଇଭ୍-ଟି ସଚିବ ତ ଆଉ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ବୁଲୁଥିଲେ। ଆଉ ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରୁଥିଲେ। ସେତେବେଳେ ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡାଣ ବାବଦକୁ କେତେ ଖର୍ଚ୍ଚ ହୋଇଥିଲା? ତାହାର ହିସାବ ଜାଣିବାକୁ ଚାହୁଁଥିଲେ ଓଡ଼ିଶାର ଜନତା। ଏବେ ତା’ର ହିସାବ ଖୋଜୁଛନ୍ତି ନୂଆ ବିଜେପି ସରକାର।

ତେବେ ଏହାରି ଭିତରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ବଡ଼ ମନ୍ତବ୍ୟ। ମନ୍ତ୍ରୀ କହିଛନ୍ତି, ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ସରକାର ତା’ ଉପରେ ନଜର ରଖିଛନ୍ତି। ଅପେକ୍ଷା କରନ୍ତୁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ହେଲିକପ୍ଟର କିଏ ନେଇ ଯାଇପାରିବେ ତା’ର ବିଧି ରହିଛି। ଉଲ୍ଲଂଘନ ହୋଇଥିଲେ ଯିଏ ଦୋଷ କରିଛି, ତା’ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ସେପଟେ ସୂଚନା ଅଧିକାର ଆଇନ ବଳରେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ଜାଣିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପରିବହନ ବିଭାଗ ପର୍ଯ୍ୟନ୍ତ ଦୀର୍ଘ ୬ମାସ ଚକ୍କର କାଟିବା ପରେ ଟଙ୍କାଟିଏ ବି ହିସାବ ପାଇନଥିବା ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗଣମାଧ୍ୟମ ଆଗରେ ରଖିଛନ୍ତି ରୋଚକ ତଥ୍ୟ। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ନିର୍ବାଚନ ପୂର୍ବରୁ ଜିଲ୍ଲାରୁ ଜିଲ୍ଲାକୁ ହେଲିକପ୍ଟରରେ ଉଡ଼ି ପାଣ୍ଡିଆନ ଅଭିଯୋଗପତ୍ର ସଂଗ୍ରହ ପାଇଁ ବୁଲୁଥିବାର ତଥ୍ୟ କିଛି ଜିଲ୍ଲାପାଳଙ୍କଠୁ ମିଳିଛି। ଏମିତିକି ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂର୍ତ୍ତ ବିଭାଗ ହେଲିପ୍ୟାଡ୍ ନିର୍ମାଣ କରିଥିବା ଓ ସୁରକ୍ଷା ପାଇଁ ପୁଲିସ୍ ମୁତୟନ ହୋଇଥିବା ମଧ୍ୟ କିଛି ଏସପିଙ୍କଠୁ ତଥ୍ୟ ଆସିଛି। ହେଲେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ କିଏ ବହନ କରୁଥିଲା? କେତେ ଟଙ୍କା ଖର୍ଚ୍ଚ ହେଉଥିଲା? ସେ ହିସାବ କିନ୍ତୁ କେହି ଦେଉନାହାନ୍ତି। ଯାହାର ପ୍ରତିବାଦରେ ଗତ ୨୪ ତାରିଖ ଦିନ ସୂଚନା ଅଧିକାର କର୍ମୀମାନେ ଖାରବେଳ ଭବନ ଆଗରେ ଧାରଣା ମଧ୍ୟ ଦେଇଥିଲେ।

ତେବେ ଏଠି ପ୍ରଶ୍ନ ଉଡୁଛି କାହିଁକି ମିଳୁନି ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ? ପୋଲ ଖୋଲିଯିବା ଡରରେ ପୂର୍ବ ସରକାର ସେ ତଥ୍ୟ ଗାଏବ କରିଦେଇଛି କି? ଅବା ବିଜେଡି ସରକାରଙ୍କ ବଦଳରେ ଖଣି ମାଫିଆ, କଣ୍ଟ୍ରାକ୍ଟର କି ଅନ୍ୟ କେହି ସେ ଖର୍ଚ୍ଚ ତୁଲାଇଛି? ଆରଟିଆଇ କର୍ମୀ ତା’ର ଉତ୍ତର ଖୋଜୁଥିବା ବେଳେ- ଯେହେତୁ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଠାଇ ଥିବାର ଅଡ଼ିଓ ବାର୍ତ୍ତାକୁ ନିଜେ ପାଣ୍ଡିଆନ ମଞ୍ଚରେ ଲୋକଙ୍କୁ ଶୁଣାଉଥିଲେ, ତେଣୁ ସିଧା ନବୀନଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ତାରା ବାହିନୀପତି କହିଛନ୍ତି ହିସାବର ତଦନ୍ତ ନିହାତି ଦରକାର। ଜବାବରେ ବିଜେଡି କହିଛି, ଯାହା ନିୟମ ଅଛି। ତାହା କରାଯାଉ।

Bhubaneswar BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe