Advertisment

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି, କହିଲେ- ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଲି

ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି ।

author-image
Niharika Rout
ଅଦ୍ୟତନ ହୋଇଛି
Arabinda Dhali

Arabinda Dhali

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ୫ ଥରର ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ବିଜେପିରେ ଯୋଗଦେବେ ବୋଲି ନିଜେ ସୂଚନା ଦେଇଛନ୍ତି ।

ଦଳ ଛାଡ଼ିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନ କହି ଅରବିନ୍ଦ ଢାଲି କହିଛନ୍ତି, ମୁଁ ଜଣେ ଅନୁଶାସିତ କାର୍ଯ୍ୟକର୍ତ୍ତା। ୩୫ ବର୍ଷ ହେଲାଣି ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କର ଆଶା ଅଛି। କିନ୍ତୁ ଏହା କେତେ ଦୂର ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ । ତେଣୁ ମନ ହେଲା ଦଳ ଛାଡ଼ିଦେଲି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ଇସ୍ତଫାପତ୍ର ଦେଇ ଦେଇଛି। ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଛି।  ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବି । ସେଠାରେ ହିଁ ଛାଡ଼ିବାର କାରଣ କହିବି। 

Advertisment

୫ ଥରର ବିଧାୟକ ଅରବିନ୍ଦ ଢାଲି ଖୋର୍ଦ୍ଧା ଓ ମାଲକାନାଗିରି ଜିଲ୍ଲାରେ ବେଶ୍ ପରିଚିତ। ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ମାଲକାନଗିରିରୁ ବିଧାୟକ ଥିଲେ। ପରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ୨୦୦୯ ଓ ୨୦୧୯ ମସିହାରେ ଦୁଇ ଥର ବିଜେଡି ଟିକେଟରେ ଜୟଦେବ ଆସନରୁ ବିଧାୟକ ହୋଇଥିଲେ।

 ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଥିଲେ।  ମାତ୍ର ଏବେ ପୁଣି ଥରେ ତାଙ୍କର ବିଜେପିକୁ ଘର ବାହୁଡ଼ା ହେଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିବେ ବୋଲି ଘୋଷଣା କରି ସାରିଲେଣି । ତେଣୁ ଏଥର ନିର୍ବାଚନରେ ସେ ଏକ ନୂଆ ରୂପରେ ଆର୍ବିଭାବ ହେବେ ବୋଲି ସ୍ପଷ୍ଟ ହେଲାଣି।

 ପ୍ରଥମେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଆଉ ଏବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ନିର୍ବାଚନ ପୂର୍ବରୁ ଖୁବ୍‌ କମ୍‌ ଦିନ ବ୍ୟବଧାନରେ ୩ ଜଣ ବିଧାୟକ ବିଜେଡି କ୍ୟାମ୍ପ ଛାଡ଼ିଲେଣି।

BjD Bjp