Advertisment

ମୋକିମଙ୍କ ଝିଅ ଲଢ଼ିବେ କି ନିର୍ବାଚନ? ଆରମ୍ଭ ହେଲା ଅଙ୍କ କଷା

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯିବା ପରେ ତାଙ୍କ ଝିଅଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।

Sophia Firdos

Sophia Firdos

Advertisment

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯିବା ପରେ ତାଙ୍କ ଝିଅଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଏଥର ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଆରମ୍ଭ ହେଲାଣି ଚର୍ଚ୍ଚା।

Advertisment

ଏନେଇ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋକିମଙ୍କ ଜାଗାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ କର୍ମୀମାନେ ସହମତି ପ୍ରକାଶ କରିଛନ୍ତି । ଏନେଇ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ପ୍ରକାଶ ପାଇଛି।

ମହମ୍ମଦ ମୋକିମ କହିଛନ୍ତି, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛୁ । ୨୪ ବର୍ଷ ତଳର ପୁରୁଣା କେସ୍‌ରେ ରାଜ୍ୟ ସରକାର ବ୍ୟଗ୍ରତା ଦେଖାଇଲେ। ମାତ୍ର ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ସହ ଜାମିନ ପ୍ରଦାନ କରି ସାରିଛନ୍ତି। ମାତ୍ର ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲି ସେଥିରେ ରୋକ ଲାଗି ନ ଥିବାରୁ ନିର୍ବାଚନ ଲଢ଼ି ପାରିବିନି। ତେଣୁ ଏବେ କିଏ ମଇଦାନକୁ ଓହ୍ଲାଇବ ସେଥିପାଇଁ କାହା ନାମ ଫାଇନାଲ୍‌ ହୋଇନି। କର୍ମୀମାନେ ଝିଅ ନାଁ ଉଠାଉଥିବା ବେଳେ ସେମାନଙ୍କ ପୂର୍ଣ୍ଣ ସମର୍ଥନ ବି ରହିଛି। ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ । ଏହାପରେ ଝିଅ ସହ ବି ଆଲୋଚନା ହେବ । ତା’ ପରେ ଆମେ ଏନେଇ ପିସିସିକୁ ଜଣାଇବୁ ।

Advertisment

ଏନେଇ କଂଗ୍ରେସ କର୍ମୀମାନେ କହିଛନ୍ତି, ସୋଫିଆ କଂଗ୍ରେସ ପାଇଁ ନୂଆ ନୁହନ୍ତି। ୨୦୧୪ ନିର୍ବାଚନରେ ସେ ଲୋକଙ୍କ ପାଖକୁ ଯାଇଥିଲେ। ୨୦୧୯ରେ ବି ସେ ଘରକୁ ଘର ବୁଲିଛନ୍ତି। ଉଭୟ ନିର୍ବାଚନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ରାଜନୈତିକ ଅଭିଜ୍ଞତା ଅଛି । କଟକର ସବୁ କଂଗ୍ରେସ କର୍ମୀ ତାଙ୍କ ସହ ଅଛନ୍ତି। ତେଣୁ ସେ ନିର୍ବାଚନ ଲଢ଼ିଲେ ଖୁବ୍‌ ସହଜରେ ବିଜୟ ଲାଭ କରିବେ। ଯେହେତୁ ମୋକିମ ନିର୍ବାଚନ ଲଢ଼ି ପାରିବେନି ତେଣୁ ସୋଫିଆ ନିର୍ବାଚନ ଲଢନ୍ତୁ ବୋଲି ଆମେ ଆନ୍ତରିକତା ପ୍ରକାଶ କରୁଛୁ। ତେବେ ଏନେଇ ସୋଫିଆଙ୍କ ମତାମତ ମିଳି ପାରିନି।

ORHDC ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବାରୁ ନିର୍ବାଚନ ଲଢିପାରିବେନି ମୋକିମ୍ । ତଳକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

Congress Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe