Advertisment

ଉପସଚିବ ପାହ୍ୟାରେ ବଡ଼ଧରଣର ବଦଳି କଲେ ମୋହନ ସରକାର

ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ୩୧ଜଣ ଅଫିସରଙ୍କୁ ଉପସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ସେମାନଙ୍କୁ ବିଭିନ୍ନ ବିଭାଗକୁ ବଦଳି କରାଯାଇଛି।

author-image
Ordigital Desk
Mohan charan majhi

Mohan charan majhi

ରାଜ୍ୟର ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଉପସଚିବ ପାହ୍ୟାର ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି । ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ୩୧ଜଣ ଅଫିସରଙ୍କୁ ଉପସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ସେମାନଙ୍କୁ ବିଭିନ୍ନ ବିଭାଗକୁ ବଦଳି କରାଯାଇଛି। ଏହି ଅଫିସରମାନଙ୍କୁ ଆଜି ଅନୁସଚିବ ପାହ୍ୟାରୁ ଉପସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment
Bjp