Advertisment

ମୋହନ ମାଝୀ: ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ରାଜନେତା ଓ ବିଧାୟକ ହେବା ପୂର୍ବରୁ ଗୋଟିଏ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଥିଲେ।

ଅଦ୍ୟତନ ହୋଇଛି
Mohan Majhi

Mohan Majhi

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ମୋହନ ମାଝୀ। ଆସନ୍ତାକାଲି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଜଣେ ଆଦିବାସୀ ନେତା ଭାବେ ମଧ୍ୟ ବେଶ ପରିଚିତ। ସେ ଶିଶୁ ମନ୍ଦିର ଗୁରୁଜୀରୁ ଆଜି ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।

ମୋହନ ମାଝୀ ରାଜନେତା ଓ ବିଧାୟକ ହେବା ପୂର୍ବରୁ ଗୋଟିଏ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରୁଥିଲେ। ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ମୋହନ ମାଝୀ ପରେ ସରପଞ୍ଚ ହୋଇଥିଲେ। ଏ ସମ୍ପର୍କରେ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୂଚନା ଦେଇଛନ୍ତି। ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସେ ଗଣମାଧ୍ୟମ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

କେନ୍ଦୁଝର ଆସନରୁ ୨୦୦୦ ମସିହାରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ମାଝୀ। ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି। ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି।

ମୋହନ ମାଝୀ ମେଣ୍ଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବିଜେପି ପ୍ରଥମଥର ପାଇଁ ଜଣେ ଆଦିବାସୀ ଚେହେରାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରାଇଛି।

Odisha Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe